ETV Bharat / sitara

ମିଥୁନଙ୍କ ସହ ଶ୍ରଦ୍ଧାଙ୍କ ‘ତୁମ ସେ ମିଲ କର’ ଡାନ୍ସ, ଭାଇରାଲ ଭିଡିଓ - ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗି-3

ଡିସ୍କୋ ଡାନ୍ସରଙ୍କ ଡାନ୍ସରେ ଶ୍ରଦ୍ଧା କପୁରଙ୍କ ଜବରଦସ୍ତ ତଡକା। ମିଥୁନ ଦାଙ୍କ ପପୁଲାର ଗୀତ ‘ତୁମ ସେ ମିଲ କର ନା ଜାନେ କିୟୋଂ’ରେ ଶ୍ରଦ୍ଧାଙ୍କ ଠୁମକା।

mithun chakraborty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଷ୍ଟାରପ୍ଲସ
author img

By

Published : Feb 24, 2020, 4:35 PM IST

ମୁମ୍ବାଇ: ବି-ଟାଉନର ଡିସ୍କୋ ଡାନ୍ସର ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଏକ ଡାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇଜଣ ରୋମାଣ୍ଟିକ ଅନ୍ଦାଜରେ ଡାନ୍ସ କରୁଥିବାର ଦେଖାଯାଉଛନ୍ତି। ସୁପରହିଟ୍ ଗୀତ ‘ତୁମସେ ମିଲକର ନା ଜାନେ କିୟୋଂ’ ଗୀତକୁ ରିକ୍ରିଏଟ କରିଛନ୍ତି ଏହି ଦୁଇଜଣ। ତେବେ ଆସନ୍ତୁ ଜାଣିବା ଦୁଇଜଣଙ୍କ ଡାନ୍ସ ପଛର କାରଣ...

କଥାଟି ହେଲା ଯେ ବର୍ତ୍ତମାନ ଆକ୍ସନ ହିରୋ ଟାଇଗର ଶ୍ରଫ ଓ ଶ୍ରଦ୍ଧା ନିଜର ଆଗାମୀ ଫିଲ୍ମ ‘ବାଗି-3’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମ ପ୍ରମୋଶନ ପାଇଁ ଏହି ଯୋଡି ମିଥୁନ ଓ ଧର୍ମେନ୍ଦ୍ରଙ୍କ ଡାନ୍ସ ରିୟାଲିଟି ଶୋ ଡାନ୍ସ ପ୍ଲସ-5 ସେଟରେ ପହଞ୍ଚିଥିଲେ। ଶୋର ଏହାର ଫିନାଲେ ଏପିସୋଡ ଥିଲା । ଯେଉଁଥିରେ ମିଥୁନ ଓ ଶ୍ରଦ୍ଧାଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ପାଇଥିଲେ ଦର୍ଶକ।

ପ୍ରକାକ ଥାଉକି ‘ତୁମସେ ମିଲକର ନାଜ ଜାନେ କିୟୋଂ’ 1985ରେ ଆସିଥିବା ସୁପରହିଟ୍ ଫିଲ୍ମ ‘ପ୍ୟାର ଝୁକତା ନେହିଂ’ର ଗୀତ। ଏହି ଫିଲ୍ମରେ ମିଥୁନଙ୍କ ସହ ଶ୍ରଦ୍ଧାଙ୍କ ମାଉସି ତଥା ଲୋକପ୍ରିୟ ଅଭିନେତ୍ରୀ ପଦ୍ମମିନୀ କୋଲ୍ହାପୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.