ETV Bharat / sitara

‘କବୀର ସିଂ’କୁ ପଛରେ ପକାଇଲା ‘ମିଶନ ମଙ୍ଗଲ’

author img

By

Published : Aug 20, 2019, 9:58 AM IST

ରବିବାର ‘ମିଶନ ମଙ୍ଗଲ’ ଫିଲ୍ମ ଘରୋଇ ବକ୍ସ ଅଫିସରେ 27.50 କୋଟି ଆୟ କରିବାରେ ସଫଳ ହୋଇଛି । ଏହାସହ ଶାହିଦଙ୍କ ସୁପରଡୁପର ହିଟ୍ ଫିଲ୍ମ କବୀର ସିଂକୁ ମାତ ଦେଇଛି ଏହି ମଲ୍ଟି ଷ୍ଟାରର ଫିଲ୍ମ ।

ଡିଜାଇନ ଫଟୋ

ମୁମ୍ବାଇ: ସ୍ବାଧୀନତା ଦିବସରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ବର୍ତ୍ତମାନ ବକ୍ସ ଅଫିସରେ ଜୋରସୋର କଲେକ୍ସନ କରିବାରେ ଲାଗିପଡିଛି । ଓପନିଂ ଡେରେ ଫିଲ୍ମଟି 29 କୋଟି ଆୟ କରି ସଫଳତା ଅର୍ଜନ କରିଥିଲା । ଭାରତୀୟ ମହାକାଶ ଯାନକୁ ନେଇ ଆଧାରିତ ଏହି ଫିଲ୍ମଟି ଧିରେ ଧିରେ ଅନେକ ଫିଲ୍ମ ରେକର୍ଡ ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି ।

ମୁଖ୍ୟ କଥା ହେଲା କି ରବିବାର ଫିଲ୍ମଟି ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବୀର ସିଂ’ର ରେକର୍ଡ ଭାଙ୍ଗିଦେଇଛି । ଯାହାକୁ ନେଇ ଉତ୍ସାହିତ ‘ମିଶନ ମଙ୍ଗଲ’ ଷ୍ଟାର-କାଷ୍ଟ ।

ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ‘ମିଶନ ମଙ୍ଗଲ’ରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରି, ନିତ୍ୟା ମେନନ ଓ ସରମନ ଯୋଶୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ପ୍ରକାଶ ଥାଉକି ରବିବାର ଫିଲ୍ମଟି ବକ୍ସ ଅଫିସରେ 27.50 କୋଟି ଆୟ କରି ‘କବୀର ସିଂ’କୁ ପଛରେ ପକାଇଛି । ଶାହିଦଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ୱେକେଣ୍ଡରେ 27.26 କୋଟି ଆୟ କରିଥିଲା ।

ଏଯାବତ ମାତ୍ର 6 ଟି ଫିଲ୍ମ ଯାହା ରବିବାର 20 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ମିଶନ ମଙ୍ଗଲରେ ଅକ୍ଷୟ ଭାରତୀୟ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ମଙ୍ଗଳୟାନର ସଫଳତା କାହାଣୀକୁ ନେଇ ଆଧାରିତ ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.