ETV Bharat / sitara

ଡ୍ରେସକୁ ନେଇ ଟ୍ରୋଲ ହେଲେ ନବନର୍ବାଚିତ ସାଂସଦ ମିମି ଓ ନୁସରତ

author img

By

Published : May 29, 2019, 11:35 PM IST

ପୋଷାକକୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଲେ ନବନିର୍ବାଚିତ ସାଂସଦ ମିମି ଓ ନୁସରତ । ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁଇ ଅଭିନେତ୍ରୀଙ୍କ ଟିକ-ଟକ ଭିଡିଓ ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଟ୍ବିଟର@ମିମି ଚକ୍ରବର୍ତ୍ତୀ

ମୁମ୍ବାଇ: ଫିଲ୍ମ ଦୁନିଆରୁ ରାଜନୀତିରେ ପଦାର୍ପଣ କରିଥିବା ମିମି ଚକ୍ରବର୍ତ୍ତୀ ଓ ନୁସରତ ଜହାଂ ଏହି ସମୟରେ ସୋସିଆଲ ମିଡିଆରେ ଛାଇଯାଇଛନ୍ତି । ଦୁଇଜଣଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ତୃଣମୂଳ କଂଗ୍ରେସରୁ ନବନିର୍ବାଚିତ ହୋଇଥିବା ଦୁଇ ସାଂସଦ ୱାଷ୍ଟେର୍ନ ଲୁକରେ ପୋଜ ଦେଇଥିବାର ନଜର ଆସୁଛନ୍ତି ।

ଦୁଇଜଣଙ୍କ ଏହି ଲୁକ ସୋସିଆଲ ମିଡିଆରେ ଯେତେବେଳେ ଟ୍ରୋଲର୍ସଙ୍କ ହାତରେ ଲାଗିଲା ମାତ୍ରେ ତାଙ୍କ ପୋଷାକକୁ ନେଇ ଟ୍ରୋଲ କରିବା ସହ ଅପମାନଜନକ କମେଣ୍ଟ ମଧ୍ୟ କରିଥିଲେ ୟୁଜର୍ସ । ଅନ୍ୟପଟେ କିଛି ୟୁଜର୍ସ ଦୁଇଜଣଙ୍କ ସମର୍ଥନ ମଧ୍ୟ କରିଥିଲେ ।

ତାଙ୍କୁ ସଂସଦ ପଦ ପାଇଁ ଅଯୋଗ୍ୟ ମାନିଛନ୍ତି କିଛି ୟୁଜର୍ସ । ଇତିମଧ୍ୟରେ ଫେମସ ସାମ୍ବାଦିକ ୟଶବନ୍ତ ଦେଶମୁଖ ନବନିର୍ବାଚିତ ସାଂସଦଙ୍କ ପ୍ରଶଂସା କରି ଟ୍ବିଟରରେ ଲେଖିଛନ୍ତି, "ଭାରତର ଆଗାମୀ ପିଢିକୁ ନେତୃତ୍ବ ମିଳିଛି ।"

ପ୍ରକାଶ ଥାଉକି ସୋମବାର ମିମି ଓ ନୁସରତ ୱେଷ୍ଟର୍ନ ଡ୍ରେସରେ ସଂସଦରେ ପହଞ୍ଚିଥିଲେ । ଦୁଇଜଣ ସଂସଦ ବାହାରେ ନିଜର ଫଟୋ କ୍ଲିକ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋରେ ଦୁଇଜଣ ନିଜ ସଂସଦ ଆଇକାର୍ଡ କ୍ୟାମେରାକୁ ଦେଖାଉଥିବାର ନଜର ଆସୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.