ହାଇଦ୍ରାବାଦ: ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଅର୍ଶଦ ୱାର୍ସି ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ଟ୍ରେଲର 18 ଫେବୃଆରୀରେ ମୁକ୍ତିଲାଭ କରିଥିଲା । ଟ୍ରେଲରରେ ଅକ୍ଷୟଙ୍କ ଲୁକ୍ ଏବଂ ତାଙ୍କର ରକ୍ତାକ୍ତ ଚରିତ୍ର ଦର୍ଶକଙ୍କୁ ଭୟଭୀତ କରାଇଦେଇଥିଲା । 'ବଚ୍ଚନ ପାଣ୍ଡେ'ର ଟ୍ରେଲର ତ ହିଟ୍ ହୋଇଯାଇଛି ଏବଂ ' ଖିଲାଡି'ର ପ୍ରଶଂସକମାନେ ତାଙ୍କ ନୂଆ ଶୈଳୀକୁ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ଫିଲ୍ମ 'ମେରୀ ଜାନ ମେରୀ ଜାନ' ଦ୍ବିତୀୟ ଗୀତ ମାର୍ଚ୍ଚ 1ରେ ମୁକ୍ତିଲାଭ କରିଛି। ଏହା ଏକ ରୋମାଣ୍ଟିକ୍ ଗୀତ । ଏହି ଗୀତରେ ଅକ୍ଷୟ ଏବଂ କ୍ରିତି ସାନନଙ୍କ ମଧ୍ୟରେ ଭଲପାଇବା ନଜର ଆସିଛି ।
- " class="align-text-top noRightClick twitterSection" data="">
ଗୀତ ମେରୀ ଜାନ-ମେରୀ ଜାନକୁ ଗାୟକ ବି ପ୍ରାକ ଗାଇଥିବାବେଳେ ଗୀତିକାର ଜାନିଙ୍କ ଦ୍ବାରା ଏହା ଲିଖିତ । ବି ପ୍ରାକ ଏବଂ ଜାନୀଙ୍କ ଯୋଡି ଅନେକ ହିଟ୍ ଗୀତ ଦେଇସାରିଛନ୍ତି। ଏହି ଗୀତଟିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, 'ଯିଏ ବି ଡାକିଲେ ବଚ୍ଚନ ପଳେଇଯାଏ, ଯେଉଁଥିପାଇଁ ବଚ୍ଚନ ମରିବାକୁ ବି ପ୍ରସ୍ତୁତ ହୋଇଯାଏ। ଏପରି ଏକ ଅଦ୍ଭୁତ ଭଲପାଇବାକୁ ଦେଖ !
ଏହା ବି ପଢନ୍ତୁ: Maar Khayegaa Song Out: ବଚ୍ଚନ ପାଣ୍ଡେର ପ୍ରଥମ ଗୀତ ମାର୍ ଖାଏଗା ରିଲିଜ
ଏହାପୂର୍ବରୁ, ଫିଲ୍ମର ପ୍ରଥମ ଗୀତ ମାର ଖାଏଗା ରିଲିଜ୍ ହୋଇଥିଲା । ହୋଲି (ମାର୍ଚ୍ଚ 18) ଅବସରରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ସାଜିଦ୍ ନାଦିଆଡୱାଲାଙ୍କ ଦ୍ୱାରା ନିର୍ମିତ। ବାକି କାଷ୍ଟରେ ପଙ୍କଜ ତ୍ରିପାଠୀ, ସଞ୍ଜୟ ମିଶ୍ର, ପ୍ରତୀକ ବାବର ଏବଂ ଅଭିମନ୍ୟୁ ସିଂଙ୍କ ନାମ ରହିଛି। ଫିଲ୍ମ 'ବଚ୍ଚନ ପାଣ୍ଡେ' ତାମିଲ ଚଳଚ୍ଚିତ୍ର 'Jigarthanda'ର ହିନ୍ଦୀ ରିମେକ୍ ଅଟେ। ଏହି ଚଳଚ୍ଚିତ୍ରଟି ପ୍ରଥମେ 'ଡର୍ଟି କାର୍ନିଭାଲ୍' ନାମରେ କୋରିଆରେ ନିର୍ମିତ ହୋଇଥିଲା । ଏହା ପରେ ତାମିଲ ଭାଷାରେ 'Jigarthanda' ଏବଂ ତେଲୁଗୁ ଭାଷାରେ 'Gaddalakonda Ganesh' ମୁକ୍ତିଲାଭ କରିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ