ମୁମ୍ବାଇ: ପାଳିତ କନ୍ୟା ତାରାଙ୍କ ଜନ୍ମଦିନ ପାଳନ କଲେ ବଲିଉଡ ଅଭିନେତ୍ରୀ ତଥା ଫିଟନେସ ଆଇକନ ମନ୍ଦିରା ବେଦୀ । ତାରାର ଜନ୍ମ ଦିନରେ ନିଜ ସ୍ବାମୀ ତଥା ପରଲୋକଗତ ରାଜ କୌଶଲଙ୍କୁ ମନେପକାଇଛନ୍ତି ମନ୍ଦିରା ବେଦୀ । ଏହା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ବାରି ହୋଇପଡୁଛି । ଆଜି ପାଳିତା କନ୍ୟା ତାରା ପାଞ୍ଚ ବର୍ଷରେ ପଦାର୍ପଣ କରିଛନ୍ତି ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମ ପୋଷ୍ଟରେ ମନ୍ଦିରା ବେଦୀ ଲେଖିଛନ୍ତି ଯେ ଗତ ଏକ ବର୍ଷ ହେଲା ଆମ ଜୀବନରେ ଯୋଡି ହୋଇଛି ତାରା । ଆଜି ତାରାର ୫ମ ଜନ୍ମ ଦିନରେ ଶୁଭେଚ୍ଛା ଜଣାଉଛି । ସୂଚନାଥାଉକି ଗତ ବର୍ଷ ଜୁଲାଇ ୨୮ ତାରିଖରେ ଅଭିନେତ୍ରୀ ମନ୍ଦିରା ବେଦୀ ଓ ପତି ରାଜ କୌଶଲ ଚାରି ବର୍ଷିୟ ତାରାକୁ ପାଳିତ କନ୍ୟା ଭାବରେ ଗ୍ରହଣ କରିଥିଲେ । ଦୁଁହେ ବେଶ ଖୁସିରେ ଜୀବନଯାପନ କରୁଥିଲେ । ମନ୍ଦିରା ବେଦୀଙ୍କ ଏହି ପୋଷ୍ଟକୁ ବେଶ ପସନ୍ଦ କରିଛନ୍ତି ପ୍ରଂଶସକ । ତାଙ୍କ ଝିଅର ଶୁଭକାମନା ଜଣାଇଛନ୍ତି । ସେପଟେ ତାରାଙ୍କୁ ଆମେରୀକିୟ ଅଭିନେତ୍ରୀ ଓ ଗାୟିକା ଜେଣ୍ଡୟା ସହ ତୁଳନା କରିଛନ୍ତି ପ୍ରଶଂସକ ।
ସୂଚନାଥାଉକି ମନ୍ଦିରା ବେଦୀଙ୍କ ସ୍ବାମୀ ୪୯ ବର୍ଷିୟ ରାଜ କୌଶଲ ଗତ ଜୁନ ୩୦ ତାରିଖରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ୧୯୯୯ ମସିହାରେ ବିବାହ କରିଥିଲେ ରାଜ କୌଶଲ ଓ ମନ୍ଦିରା ବେଦୀ ଏବଂ ତାଙ୍କର ବୀର ନାମକ ଏକ ପୁତ୍ର ସନ୍ତାନ ରହିଛି । ନିକଟରେ ପତିଙ୍କୁ ହରାଇଥିବା ସତ୍ତ୍ବେ ଆଗକୁ ବଢି ନିଜ ପୁଅ ଝିଅଙ୍କ ପାଖରେ ଆତ୍ମବିଶ୍ବାସ ଭରିଛନ୍ତି ମନ୍ଦିରା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ