ହାଇଦ୍ରାବାଦ: ଫିଟନେସ ଗାର୍ଲ ମଲାଇକା ଅରୋରା ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବଲିଉଡର ଆଗଧାଡିର ସେଲିବ୍ରିଟି ମାନଙ୍କ ମଧ୍ୟରୁ ଜଣେ । ମଲାଇକା ସୋସିଆଲ ମିଡିଆରେ ଦୈନିକ କିଛି ନା କିଛି ନୂଆ କରି ପୋଷ୍ଟ କରିଥା’ନ୍ତି । ଆଉ ଏହାରି ଭିତରେ ମଲାଇକା ନିଜ ଫ୍ୟାନ୍ସଙ୍କ ପାଇଁ ପୁନଶ୍ଚ ସୋସିଆଲ ମିଡିଆରେ କିଛି ସେୟାର କରିଛନ୍ତି । ବାସ୍ତବରେ ମଲାଇକା ଏକ ପୋଷ୍ଟ ଜରିଆରେ ନିଜର ସବୁଠୁ ବଡ ଦୁର୍ବଳତାକୁ ଲୋକଲୋଚନକୁ ଆଣିଛନ୍ତି ।
ମଲାଇକା ବୁଧବାର ରାତିରେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ବେସନର ଲଡୁ ଅଛି, ଯାହାକୁ ମଲାଇକା ନିଜର ସବୁଠୁ ବଡ କମଜୋରି ବିଷୟରେ କହୁଛନ୍ତି । ଏହି ପୋଷ୍ଟକୁ ସେୟାର କରି ମଲାଇକା ଲେଖିଛନ୍ତି, ‘‘ମୋର ସବୁଠୁ ବଡ କମଜୋରି...ବେସନ ଲଡୁ ।’’
ମଲାଇକା ଏହାପୂର୍ବରୁ ଅର୍ଜୁନ କପୁରଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ... ହେ ହ୍ୟାଣ୍ଡସମ ! କହିରଖୁଛୁ, ଅର୍ଜୁନ ଏବଂ ମଲାଇକା ପ୍ରଥମେ ଲୁଚିଲୁଚି ନିଜର ପ୍ରେମକୁ ଜାହିର କରୁଥିଲେ । ଏବେ ଏହି ପ୍ରେମୀଯୁଗଳ ସୋସିଆଲ ମିଡିଆରେ ନିଜର ପ୍ରେମର ପଞ୍ଚନାମା ଖୋଲୁଛନ୍ତି । ଦୁହେଁ ଖୋଲାଖୋଲି ଲଞ୍ଚ ଆଉ ଡିନର ଡେଟରେ ମଧ୍ୟ ଯାଉଛନ୍ତି । ଅର୍ଜୁନ ଆଉ ମଲାଇକା ଦୁହେଁ ଜଣେ ଅନ୍ୟଜଣଙ୍କ ଯତ୍ନ କରନ୍ତି ଏବଂ ତାଙ୍କ କେମିଷ୍ଟ୍ରିକୁ ଫ୍ୟାନ୍ସ ମଧ୍ୟ ପସନ୍ଦ କରୁଛନ୍ତି ।
ନିକଟରେ କପଲଙ୍କ ବ୍ରେକ୍ଅପ ଖବର ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ବାଧ୍ୟ ହୋଇ ଅର୍ଜୁନ କପୁରଙ୍କୁ ସାମ୍ନାକୁ ଆସି କହିବାକୁ ପଡିଥିଲା ଯେ, ତାହା ସତ ନୁହଁ । କେବଳ ସେତିକ ନୁହଁ ତୁରନ୍ତ ଅର୍ଜୁନ ମଲାଇକାଙ୍କ ସହିତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାକୁ ବନ୍ଦ କରିଥିଲେ । ନିକଟରେ କପୁଲଙ୍କୁ ଲଞ୍ଚ ଡେଟରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ