ETV Bharat / sitara

ଶିବରାତ୍ରୀ ସ୍ପେଶାଲ: ବଲିଉଡରେ ମହାଦେବଙ୍କ ଗୀତ

author img

By

Published : Mar 11, 2021, 12:41 PM IST

ଅନେକ ଫିଲ୍ମରେ ଭଗବାନ ଶିବଙ୍କ ଉପରେ ଆଧାରିତ ହୋଇଥାଏ ଗୀତ । ସେମିତି କିଛି ଦେଖିବାକୁ ମିଳିଛି ହିନ୍ଦୀ ସିନେମା ଜଗତରେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଆଜି ମହା ଶିବରାତ୍ରୀ ଶୁଭ ଅବସରରେ ପ୍ରତ୍ୟେକ ସ୍ଥାନରେ ମହାଦେବଙ୍କ ନାମ ଶୁଣିବାକୁ ମିଳୁଛି। ଭକ୍ତମାନେ ଶିବଙ୍କ ପୂଜାରେ ବୁଡି ରହିଛନ୍ତି। ଭୋଳାନାଥଙ୍କୁ ଦେଖିବା ପାଇଁ ମନ୍ଦିରରେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ହିନ୍ଦୀ ସିନେମାରେ ମଧ୍ୟ ଶିବଙ୍କ ପ୍ରତି ଭକ୍ତି ଦେଖିବାକୁ ମିଳିଆସୁଛି । ଚଳଚ୍ଚିତ୍ରରେ ଶିବଙ୍କ ଉପରେ ଆଧାରିତ ଗୀତ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଛି । ଏହି ଅବସରରେ ଆସନ୍ତୁ ନଜର ପକାଇବା କିଛି ଲୋକପ୍ରିୟ ଗୀତ ଉପରେ...

ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନାଙ୍କ ଫିଲ୍ମ ‘ଆପ କି କସମ୍’ର ଚର୍ଚ୍ଚିତ ଗୀତ ‘ଜୟ ଜୟ ଶିବ ଶଙ୍କର’ ଆଜି ମଧ୍ୟ ଦର୍ଶକଙ୍କ ଓଠରେ । ସବୁ ବର୍ଷ ହୋଲିରେ ଏହି ଗୀତ ବେଶ୍ ଶୁଣିବାକୁ ମିଳେ । ରାଜେଶଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ସୁନ୍ଦରୀ ଅଭିନେତ୍ରୀ ମୁମତାଜ୍ ।

  • " class="align-text-top noRightClick twitterSection" data="">

ସାଉଥ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳି’ର ଫେମସ ଗୀତ ‘କୌନ ହେଁ ବୋ’ ମଧ୍ୟ ଶିବଙ୍କ ଉପରେ ଆଧାରିତ । ଫିଲ୍ମରେ ପ୍ରଭାସ ଶିବ ଲିଙ୍ଗ କାନ୍ଧରେ ଧରି ନାଚୁଥିବାର ନଜର ଆସିଥିଲେ ।

ସେହିପରି ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ରେ ଶୁଣିବାକୁ ମିଳିଥିଲା ‘ବୋଲୋ ହର ହର ହର’ ।

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ‘କେଦାରନାଥ’ ଫିଲ୍ମର କାହାଣୀ ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଆଧିରତ । ଫିଲ୍ମର ଗୀତ ‘ନମୋ ନମୋ ଶଙ୍କରା’ ସମସ୍ତଙ୍କ ମନ କିଣିଥିଲା ।

2019 ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଥିଲା ଆକ୍ସନ ଷ୍ଟାର ହ୍ରିତିକ ରୋଶନ ଓ ଟାଇଗର ଶ୍ରଙ୍କ ଫିଲ୍ମ ‘ୱାର’ରେ ମଧ୍ୟ ଶୁଣିବାକୁ ମିଳିଛି ‘ଜୟ ଜୟ ଶିବ ଶଙ୍କର’ର ରିମେକ ଗୀତ । ଏହି ଗୀତକୁ ହୋଲି ପାର୍ଟିରେ ଶୁଣିବାକୁ ମିଳେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.