ETV Bharat / sitara

ବନ୍ୟା ବିପନ୍ନଙ୍କୁ 25ଲକ୍ଷ ଦେଲେ ରିତେଶ-ଜେନେଲିଆ

author img

By

Published : Aug 12, 2019, 11:45 PM IST

25 ଲକ୍ଷ ଟଙ୍କା ମହାରାଷ୍ଟ୍ର ରିଲିଫ ଫଣ୍ଡକୁ ଦାନ କରିଛନ୍ତି ରିତେଶ ଏବଂ ତାଙ୍କ ପତ୍ନୀ । ସୋମବାର ଟ୍ବିଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦୁଇଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: କିଛି ଦିନ ହେବ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ସବୁ ସ୍ଥାନରେ ପାଣି ଭର୍ତ୍ତି ହୋଇଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ରାଜ୍ୟବାସୀ। ଇତିମଧ୍ୟରେ ବି-ଟାଉନର ଫେମସ କପଲ ରିତେଶ ଦେଶମୁଖ ଓ ଜେନେଲିଆ ଦେଶମୁଖ ରାଜ୍ୟବାସୀଙ୍କୁ ସହଯୋଗର ହାତ ବଢାଇଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଦେବେନ୍ଦ୍ର ଫଡନାଭିସ

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 25 ଲକ୍ଷ ଟଙ୍କା ଦାନ କରିଛନ୍ତି ଏହି ଯୋଡି । ଏନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରିତେଶ ଓ ଜେନେଲିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୋମବାର ଏକ ଟ୍ବିଟ କରି ଏହାର ସୂଚନା ଦେବା ସହ ଦେବେନ୍ଦ୍ର ଏହି ଯୋଡିକୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି ଏବର୍ଷ ବନ୍ୟା ପାଇଁ 3.78 ଜନସାଧାରଣଙ୍କୁ 432 ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରିତ କରିଛନ୍ତି ରାଜ୍ୟ ସରକାର । ମହାରାଷ୍ଟ୍ରର ସାଗିଲ, କୋଲହାପୁର ଏବଂ ସାତାର ଜିଲ୍ଲାରେ ବନ୍ୟା ପ୍ରଳୟଙ୍କାରୀ ରୂପ ନେଇଛି ।

ସେପଟେ ମହାରାଷ୍ଟ୍ରର କୋୟନା ଡ୍ୟାମ, ଯାହାର କ୍ଷମତା ମାତ୍ର 100 ଟିଏମସି, ତାହା ବର୍ତ୍ତମାନ ସୁଧା ବର୍ଷା ପାଇଁ 50 ପ୍ରତିଶତ ଭରିଗଲାଣି । ମାତ୍ର ଚଳିତ ବର୍ଷ 9 ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.