ମୁମ୍ବାଇ: ଲକଡାଉନ ସମୟରେ ଘରେ ରହିବାକୁ ପ୍ରଶଂସକମାନଙ୍କୁ ଏକ ବାର୍ତ୍ତା ପଠାଇବା ପାଇଁ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଏକ ନିଆରା ଉପାୟ ବାଛିଛନ୍ତି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନେନେ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇ ତାଙ୍କର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି ।
ଅଭିନେତ୍ରୀ ଏହି ଫଟୋ ସହିତ କ୍ୟାପସନରେ ସେ ଲେଖିଛନ୍ତି, 'ନିଗାହେଁ ସଡକୋ ପର, କଦମ ଘରକେ ଅନ୍ଦର' । #ଲକଡାଉନଭାଇବ୍ସ ।
ମାଧୁରୀଙ୍କ ଏହି ଫଟୋକୁ ଏପର୍ଯ୍ୟନ୍ତ 265,969 ଲୋକ ପସନ୍ଦ କରିସାରିଛନ୍ତି ।
ନିକଟରେ ମାଧୁରୀ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ କୋଭିଡ -19ର ଯୁଦ୍ଧରେ ପିଏମ-କେୟାର ପାଣ୍ଠିରେ ଏବଂ ମହାରାଷ୍ଟ୍ର ସିଏମ ରିଲିଫ ପାଣ୍ଠିରେ କରୋନା ସହାୟତାରେ ଅଂଶଗ୍ରହଣ କରିଥିଲେ ।