ETV Bharat / sitara

ଭଂସାଲୀଙ୍କ ଫିଲ୍ମରେ ପୁଣି ଠୁମକା ଲଗାଇବେ ଧକଧକ୍ ଗାର୍ଲ

author img

By

Published : May 21, 2021, 1:13 PM IST

ଚର୍ଚ୍ଚାରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ଆଗାମୀ ଫିଲ୍ମ ‘ହିରା ମଣ୍ଡି’ । ଯାହାର ସ୍ପେଶାଲ ଗୀତରେ ମାଧୁରୀ କରିବେ ଡାନ୍ସ । ଅଧିକ ପଢନ୍ତୁ...

ଡିଜାଇନ  ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାମ୍ନାକୁ ଆସିଲା ମାଧୁରୀ ଦୀକ୍ଷିତଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ । ପୁଣିଥରେ ପରଦାରେ ଦେଖିବାକୁ ମିଳିବ ତାଙ୍କ ଦମଦାର ଡାନ୍ସ ଅନ୍ଦାଜ । ଫିଲ୍ମ ‘ଦେବଦାସ’ ପରେ ସେ ନିର୍ଦ୍ଦେଶକ ଓ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ପାଇଁ ରାଜି ହୋଇଛନ୍ତି । ଭଂସାଲୀ ‘ହିରା ମଣ୍ଡି’ରେ ମାଧୁରୀଙ୍କ ଯାଦୁଭରା ଡାନ୍ସ ଦର୍ଶକଙ୍କୁ ଦେଖାଇବାକୁ ଚାହୁଁଛନ୍ତି।

‘ହିରା ମଣ୍ଡି’ଙ୍କୁ ଶାନଦାର କରିବା ପାଇଁ କୌଣସି ସୁଯୋଗ ଛାଡିବାକୁ ଚାହୁଁନାହାଁନ୍ତି ଭଂସାଲୀ । ତାଙ୍କ ଅନୁଯାୟୀ ଡାନ୍ସ ମାମଲାରେ ମାଧୁରୀଙ୍କୁ କେହି ପଛରେ ପକାଇପାରିବେ ନାହିଁ। ତେଣୁ ସେ ମାଧୁରୀଙ୍କୁ ନିଜ ଆଗାମୀ ଫିଲ୍ମରେ ସାମିଲ କରିବାକୁ ସ୍ଥିର କରିସାରିଛନ୍ତି । ମୁଖ୍ୟ କଥା ହେଲା ଯେ ‘ହିରା ମଣ୍ଡି’ର ଫେମସ ଗୀତରେ ମାଧୁରୀ ମୁଜରା କରୁଥିବାର ନଜର ଆସିବେ।

ପ୍ରକାଶ ଥାଉକି ସଞ୍ଜୟଙ୍କ ସହ ମାଧୁରୀ ‘ଦେବଦାସ’ରେ କାମ କରିଥିଲେ । ଫିଲ୍ମରେ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିଲେ ସେ । ତାଙ୍କ ସହ ଏହି ଫିଲ୍ମରେ ନଜର ଆସିଥିଲେ ସୁପରଷ୍ଟାର ଶାହରୁଖ ଖାନ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.