ETV Bharat / sitara

ମୋଦିଙ୍କ ଜଙ୍ଗଲ ସଫାରୀ ଦେଖିବାକୁ ଏକ୍ସାଇଟେଡ ବି-ଟାଉନ

ଆଜି ପ୍ରସାରିତ ହେବ ‘ମ୍ୟାନ ଭର୍ସେସ ୱାଇଲ୍ଡ’ । ଏହି ଶୋର ହୋଷ୍ଟ ବେୟର ଗ୍ରିଲ୍ସଙ୍କ ସହ ନଜର ଆସିବେ ପିଏମ ମୋଦି । ଯାହାକୁ ନେଇ ଉତ୍ସାହିତ ଦେଶବାସୀ ତଥା ବି-ଟାଉନ।

author img

By

Published : Aug 12, 2019, 5:26 PM IST

ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ହେବ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନୂଆ ଅବତାର ଦେଖିବାକୁ ଅପେକ୍ଷା କରିବସିଛନ୍ତି ଦେଶବାସୀ। ଆଜି ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜ୍ଞା ହଁ, ମୋଦି ଆଡଭେଞ୍ଚର ରିୟାଲିଟି ଶୋ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ନଜର ଆସିବେ ।

ଏପିସୋଡଟି ଆଜି(ସୋମବାର)ପ୍ରସାରିତ ହେବାକୁ ଥିବାବେଳେ ପୁରା ଦେଶ ମୋଦିଙ୍କ ନୂଆ ରୂପ ଦେଖିବାକୁ ଅପେକ୍ଷା କରିଛନ୍ତି। ବାଦ ପଡିନାହାଁନ୍ତି ବି-ଟାଉନ ଷ୍ଟାର୍ସ । ଖିଲାଡି ଅକ୍ଷୟ କୁମାରଙ୍କ ଠାରୁ ନେଇ ନିର୍ମାତା କରନ ଜୋହରଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ବିଟ କରି ମୋଦିଙ୍କ ଏହି ଜବରଦସ୍ତ ଶୋ ଦେଖିବା ଖୁସି ପ୍ରକାଶ କରିଛନ୍ତି ।

  • " class="align-text-top noRightClick twitterSection" data="">

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅକ୍ଷୟ ଟ୍ବିଟ କରି ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକପ୍ରିୟ ଡିସ୍କଭରୀ ଚ୍ୟାନେଲର ଶୋ ମ୍ୟାନ ଭର୍ସେସ ୱାଇଲ୍ଡରେ ବେୟର ଗ୍ରିଲ୍ସଙ୍କ ସହ ଦେଖିବାକୁ ଖୁବ୍ ଉତ୍ସାହିତ ।’’

ଆଡଭେଞ୍ଚର ଏବଂ ଏଡ୍ରେନାଲାଇନ ଉପରେ ଆଧାରିତ ଏହି ଶୋ ଅଦ୍ଭୂତ ହେବା ସହ, ଏହା ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ଏବଂ ଆମ ଗ୍ରହକୁ ସୁରକ୍ଷା କରିବା ଉପାୟ ଉପରେ ପ୍ରକାଶ ଆଣିବ । ତେଣୁ ସେ ମୋଦିଙ୍କୁ ବେୟର ଗ୍ରିଲ୍ସଙ୍କ ସହ ଦେଖିବାକୁ ଖୁବ୍ ଉତ୍ସାହିତ ବୋଲି ସୋମବାର କରିଥିବା ଟ୍ବିଟରେ ଲେଖିଛନ୍ତି ।

ପିଏମ ମୋଦି ମଧ୍ୟ ସୋମବାର ଟ୍ବିଟ କରି ଲେଖିଛନ୍ତି, ‘‘ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ଦେଖିବା ପାଇଁ ଭାରତର ସବୁଜଭାର ଜଙ୍ଗଲକୁ ପ୍ରକାଶିତ କରାଯିବ । ଆଜି ରାତି 9ରେ ସାମିଲ ହୁଅନ୍ତୁ ।’’

ସେହିପରି ବି-ଟାଉନର ସିଂଘମ ମଧ୍ୟ ମୋଦିଙ୍କ ଟ୍ବିଟରେ ରିଟ୍ବିଟ କରି ଲେଖିଛନ୍ତି, ‘କଲ ଅଫ ଦ ଡେ’ । ଅନ୍ୟପଟେ ଫେମସ ଫିଲ୍ମ ନିର୍ମାତା କରନ ଜୋହର ମଧ୍ୟ ଲେଖିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋର ଏହି ମେସେଜ। ଆମ ମାନଙ୍କୁ ମଧ୍ୟ ପରିବେଶ ସଂରକ୍ଷଣ ପାଇଁ କିଛି କରିବାର ଆବଶ୍ୟକ ଅଛି । ଆପଣଙ୍କ ପ୍ରୟାସ ପାଇଁ ଅନେକ ଅନେକ ଧନ୍ୟବାଦ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.