ମୁମ୍ବାଇ: ଗୁରୁବାର ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ପାଟନାରେ ଅସ୍ଥି ବିସର୍ଜନ କରାଯାଇଛି । ଯାହାର ସୂଚନା ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ତାଙ୍କ ଭଉଣୀ ଶ୍ବେତା ସିଂ କ୍ରିତି । ଇତିମଧ୍ୟରେ ସୋସିଆଲ ମିଡିଆରେ ଶ୍ବେତାଙ୍କ ଆଉ ଏକ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଫେସବୁକରେ ଏକ ପୋଷ୍ଟ କରି ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ସାହାସ ଯୋଗାଇଛନ୍ତି । ସେ ଲୋକଙ୍କୁ ନିଜକୁ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି ।
ସେ ସେୟାର କରିଥିବା ପୋଷ୍ଟରେ ନିଜ 5 ବର୍ଷ ପୁଅଙ୍କ ବିଷୟରେ ଆଲୋଚନା କରିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ସେ ଜଣାଇଛନ୍ତି ଯେତେବେଳେ ସେ ପୁଅକୁ ମାମୁଁ ଆଉ ଦୁନିଆରେ ନାହାଁନ୍ତି କହିଥିଲେ, ସେତେବେଳେ ପୁଅ ତାଙ୍କୁ କହିଥିଲେ ମାମୁଁ ତାଙ୍କ ହୃଦୟରେ ଅଛନ୍ତି । ଏହି କଥା ପୁଅ ତାଙ୍କର 3 ତିନିଥର କହିଥିଲେ । ଯଦି ଜଣେ 5 ବର୍ଷର ପିଲା ଏପରି କଥା କହିପାରୁଛି ତେବେ ଭାବନ୍ତୁ ଆମକୁ କେତେ ମଜବୁତ ରହିବାର ଅଛି ।
ଦୟା କରି ବୁଝନ୍ତୁ ସୁଶାନ୍ତ ଏବେ ମଧ୍ୟ ଆମ ହୃଦୟରେ ବଞ୍ଚିଛନ୍ତି । ଆଉ ସର୍ବଦା ରହିବେ । ଦୟା କରି ନିଜ ସହ ଏମିତି କିଛି କରନ୍ତୁ ନାହିଁ ଯାହାଦ୍ବାରା ତାଙ୍କ ଆତ୍ମକୁ ଶାନ୍ତି ମିଳିପାରିବ ନାହିଁ ବୋଲି ପୋଷ୍ଟରେ ଲେଖିଛନ୍ତି ଶ୍ବେତା । ଦେଖନ୍ତୁ ପୋଷ୍ଟ...