ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇର ଯାଞ୍ଚ ଜାରି ରହିଛି । ମଙ୍ଗଳବାର ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧ ଯାଞ୍ଚ ପାଟନାରୁ ମୁମ୍ବାଇ ଟ୍ରାନ୍ସଫର କରିବା ଯାଚିକା ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । ଏବେ ଏହି ମାମଲାରେ ଆଗାମୀ ଶୁଣାଣି 13 ତାରିଖରେ ହେବ । ଅନ୍ୟପଟେ ଇଡି ମଙ୍ଗଳବାର ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ପାଖାପାଖି 9 ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ । ସେହିପରି ଇଡି ଏଯାବତ ରିଆ ଓ ତାଙ୍କ ପରିବାର ସଦସ୍ୟ, ସିଦ୍ଧାର୍ଥ ପିଠାନୀ, ସୃତି ମୋଦିଙ୍କ ବୟାନ ରେକର୍ଡ କରିସାରିଲେଣି ।
ଇତିମଧ୍ୟରେ ସୁଶାନ୍ତଙ୍କ ଦ୍ବାରା ପିତା କେକେ ସିଂ ଓ ଭଉଣୀଙ୍କୁ କରାଯାଇଥିବା କଲ ଡିଟେଲ ସାମ୍ନାକୁ ଆସିଛି । ଯାହା ଅନୁଯାୟୀ ସୁଶାନ୍ତ ପିତାଙ୍କ ସହ ଫୋନରେ ଏବର୍ଷ ମେ 18,19ରେ କଥାବାର୍ତ୍ତା ହୋଇଥିଲେ । ଆଉ ଗତ ବର୍ଷ ଅକ୍ଟୋବର, ନଭେମ୍ବରରେ କଥା ହୋଇଥିଲେ ।
ସେହିପରି ଭଉଣୀ ମିତୁଙ୍କ ସହ ଫୋନରେ ସୁଶାନ୍ତ ଏବର୍ଷ ଜାନୁଆରୀ, ଫେବୃଆରୀ, ମେ ଓ ଜୁନ 8ରେ କଥା ହୋଇଥିଲେ । ଭଉଣୀ ରାନି ସିଂଙ୍କ ସହ ଜାନୁଆରୀ, ଫେବୃଆରୀ, ମେ ଓ ଜୁନ 10ରେ କଥା ହୋଇଥିଲେ ।
ଓପି ସିଂଙ୍କ ସହ ସୁଶାନ୍ତ ଏବର୍ଷ ଫୋନରେ କଥା ହୋଇଥିଲେ । ତାଙ୍କ ଏହି କଲ ରେକର୍ଡରୁ ଜଣାପଡୁଛି ଯେ ସୁଶାନ୍ତ ପିତାଙ୍କ ସହ ବହୁତ କମ୍ କଥା ଫୋନରେ ହୋଇଥିଲେ । ପ୍ରକାଶ ଥାଉକି ସୁଶାନ୍ତଙ୍କ ପୂର୍ବରୁ ରିଆଙ୍କ କଲ ଡିଟେଲ୍ସ ମଧ୍ୟ ସାମ୍ନାକୁ ଆସିସାରିଛି । ଖାଲି ଏତିକି ନୁହେଁ ରିଆଙ୍କ ହ୍ବାଟ୍ସଅପ ଚାର୍ଟରୁ ଜଣାପଡିଥିଲା ଯେ ସୁଶାନ୍ତ ଭଉଣୀ ପ୍ରିୟଙ୍କାଙ୍କୁ ନେଇ ଚିନ୍ତିତ ଥିଲେ।