ETV Bharat / sitara

ସୁଶାନ୍ତ ମାମଲା ଜାତୀୟ ପ୍ରସଙ୍ଗ ନୁହେଁ: ଅନୁପ ଜଲୋଟା

author img

By

Published : Oct 10, 2020, 8:54 PM IST

ସୁଶାନ୍ତଙ୍କୁ ନେଇ ମନ କଥା ସେୟାର କଲେ ଅନୁପ । କହିଲେ ସୁଶାନ୍ତଙ୍କ କେସକୁ ଲୋକେ ଜାତୀୟ ପ୍ରସଙ୍ଗ କରିବା କଥା ନୁହେଁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଭଜନ ସମ୍ରାଟ ତଥା ବିଜେପି ନେତା ଅନୁପ ଜଲୋଟା ପୁଣିଥରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଅନୁଯାୟୀ ଏହି ମାମଲା ଜାତୀୟ ପ୍ରସଙ୍ଗ ଭାବରେ ଅନୁମାନ କରାଯାଉଛି । ଯାହା ଲୋକଙ୍କ ଭାବନା ସହ ସମ୍ପୃକ୍ତ । ସେମାନଙ୍କୁ ଧୌର୍ଯ୍ୟର ସହ କୋର୍ଟର ବିଚାରକୁ ଅପେକ୍ଷା କରିବାକୁ ପଡିବ ।

ସେହିପରି ସେ କହିଛନ୍ତି, ‘ସୁଶାନ୍ତ ଏବଂ ରିଆ ଚକ୍ରବର୍ତ୍ତୀ ମାମଲା ଏକ ଜାତୀୟ ପ୍ରସଙ୍ଗ ଭାବରେ ଆକଳନ କରାଯାଇଛି କିନ୍ତୁ ଏହା ଏକ ଜାତୀୟ ପ୍ରସଙ୍ଗ ନୁହେଁ। ଏହା ଜଣେ ଅଭିନେତା ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ବିଷୟରେ, ଯିଏ ଜଣେ ଅଭିନେତ୍ରୀ ମଧ୍ୟ । ଏହା ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ ଯାହାକୁ ଏହିପରି ହାଇଲାଇଟ୍ କରାଯିବା ଉଚିତ । ଯାହା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି। ସେ ଜଣେ ଭଲ ଅଭିନେତା ଥିଲେ । ମୁଁ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରୁଥିଲି ଏବଂ ତାଙ୍କୁ କିଛି ଥର ଭେଟିଥିଲି ମଧ୍ୟ। ମୁଁ ତାଙ୍କ ସହ ସମ୍ପୃକ୍ତ ବୋଲି ଅନୁଭବ କରୁଛି କିନ୍ତୁ ଆମେ ତାଙ୍କ ମୃତ୍ୟୁକୁ ଏକ ଜାତୀୟ ପ୍ରସଙ୍ଗ କରିବା ଉଚିତ୍ ନୁହେଁ । ତାଙ୍କ ସହ ଜଡିତ ଲୋକେ ତାଙ୍କ ପାଇଁ ନ୍ୟାୟ ପାଇବାକୁ ଚେଷ୍ଟା କରୁଛନ୍ତି ଏବଂ ମୁଁ ଅନୁଭବ କରୁଛି ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରାଯିବା ଉଚିତ ଏବଂ ସତ୍ୟ ପଦାକୁ ଆସିବା ଦରକାର ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନୁପ ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ । ଆଉ ନ୍ୟାୟ ଦେବା ପାଇଁ କଥା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.