ETV Bharat / sitara

ସୁଶାନ୍ତଙ୍କ ମାମଲାରେ ଏମ୍ସ ରିପୋର୍ଟ: ଓକିଲ ବିକାସଙ୍କ ଉପରେ ଖପ୍ପା ଚେତନ ଭଗତ

author img

By

Published : Oct 9, 2020, 7:24 PM IST

Updated : Oct 10, 2020, 6:34 AM IST

ସୁଶାନ୍ତଙ୍କ ମାମଲାରେ ମୁହଁ ଖୋଲିଲେ ଚେତନ । ଏଥର ସେ ଓକିଲ ବିକାସଙ୍କୁ ମାଗିଛନ୍ତି ପ୍ରମାଣ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏମ୍ସର ଫରେନ୍ସିକ ଯାଞ୍ଚ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ତାଙ୍କର ହତ୍ୟା ହୋଇନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି । ଯାହା ଉପରେ ମୋହର ଲାଇସାରିଛି ସିବିଆଇ । ହେଲେ ଏହି ଯାଞ୍ଚ ରିପୋର୍ଟ ଉପରେ ଖପ୍ପା ନଜର ଆସୁଛନ୍ତି ତାଙ୍କ ପରିବାରର ଓକିଲ ବିକାଶ ସିଂ। ସେ ନିକଟରେ ଫରେନ୍ସିକ ଯାଞ୍ଚ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଯାହାକୁ ନେଇ ଏବେ ଫେମସ ଲେଖକ ଚେତନ ଭଗତ ପ୍ରତିକ୍ରିୟା ରଖିଛନ୍ତି।

ଫରେନ୍ସିକ ରିପୋର୍ଟକୁ ଭୁଲ କହୁଥିବାରୁ ବିକାଶଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ମୁଁ କେବେ ମଧ୍ୟ ଏମ୍ସ ଯାଇନାହିଁ । ହେଲେ ଆପଣ ଦାବି କରୁଛନ୍ତି ଏମ୍ସ ଭ୍ରଷ୍ଟ । କିନ୍ତୁ ଏମ୍ସରେ ଚାକିରି ପାଇବା ସବୁଠାରୁ କଷ୍ଟଦାୟକ । ଆପଣଙ୍କ ବୟାନରୁ ଏମିତି ଲାଗୁଛି ଯେ ଆପଣ ଆଇଆଇଟି ଦିଲ୍ଲୀକୁ ଭ୍ରଷ୍ଟ କହୁଛନ୍ତି । ଯାହାପାଇଁ ମୁଁ ରାଗୁଛି । ଯଦି ଏମ୍ସ ରିପୋର୍ଟ ଭୁଲ ଅଛି ତେବେ ମତେ କିଛି ପ୍ରମାଣ ଦେଖାନ୍ତୁ।’

ବର୍ତ୍ତମାନ ଚେତନଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା । ପ୍ରକାଶ ଥାଉକି ଏମ୍ସ ରିପୋର୍ଟ ଆସିବା ପରେ ବିକାସ ସିବିଆଇକୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ଅନେକ ପ୍ରଶ୍ନ ପଚାରିଥିଲେ ।

Last Updated : Oct 10, 2020, 6:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.