ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ଫେକ୍ ଭିଡିଓ କରି ହଟହଟା ୟୁଟ୍ୟୁବର, ମାମଲା ରୁଜୁ

author img

By

Published : Nov 19, 2020, 1:04 PM IST

ମିଥ୍ୟା କାହାଣୀ ୟୁଟ୍ୟୁବରେ ସେୟାର କରି ଜଣେ ୟୁଟ୍ୟୁବର ଆୟ କରିଛନ୍ତି 15 ଲକ୍ଷ ଟଙ୍କା । ଯାହାଙ୍କ ଉପରେ ଏବେ ଚାଲିଛି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବିହାରର ଜଣେ ୟୁଟ୍ୟୁବରଙ୍କ ଉପରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ମିଥ୍ୟା କାହାଣୀ ସେୟାର କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଯାଞ୍ଚରୁ ଜଣାପଡିଛି ଯେ ଉକ୍ତ ବ୍ୟକ୍ତି ଜଣକ ସାଇଟରେ ଅପଲୋଡ୍ ହୋଇଥିବା ଭିଡିଓ ବିଷୟବସ୍ତୁରୁ ଚାରିମାସ ମଧ୍ୟରେ 15 ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ଯାହାକୁ ଆଧାର କରି ତାଙ୍କ ଉପରେ ଅଭିଯୋଗ ହୋଇଛି ।

ଚ୍ୟାନେଲର ଏଫଏଫ ନ୍ୟୁଜର ମାଲିକ ଥିବା ବିହାରର 25 ବର୍ଷିୟ ସିଭିଲ୍ ଇଞ୍ଜିନିୟର ରସିଦ୍ ସିଦ୍ଦିକୀ ଉପରେ ବଦନାମ, ଜନସାଧାରଣଙ୍କ ଭାବନା ସହ ଖେଳିବା ଏବଂ ଉଦ୍ଦେଶ୍ୟମୂଳକ ଅପମାନ ପାଇଁ ମାନହାନି ଅଭିଯୋଗ ଲାଗିଛି । ମୁମ୍ବାଇ ପୋଲିସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଅଭିନେତା ଅକ୍ଷୟ କୁମାରଙ୍କ ବିରୋଧରେ ପୋଷ୍ଟଗୁଡିକ ଏହି ସାଇଟରେ ଲକ୍ଷ ଲକ୍ଷ ହିଟ୍ ହୋଇଥିବା ଜଣାପଡିଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜପୁତଙ୍କ ମୃତ୍ୟୁକୁ ନେଇ ସିଦ୍ଦିକୀଙ୍କ ପ୍ରାରମ୍ଭିକ ପୋଷ୍ଟଗୁଡିକ ବହୁଳ ଭାବରେ ଦେଖାଯାଇଥିଲା ଏବଂ ସେ ଅଧିକ ବିଷୟବସ୍ତୁ ସେୟାର କରିଥିଲେ ଯାହା ଦ୍ବାରା ସେପ୍ଟେମ୍ବରରୁ ସେ ପାଖାପାଖି 6.5 ଲକ୍ଷ ଆୟ କରିଥିଲେ । ଅଭିଯୁକ୍ତର ୟୁଟ୍ୟୁବ ଚ୍ୟାନେଲର ଦର୍ଶକ ମଧ୍ୟରେ ବୃଦ୍ଧି ଘଟିଥିବାର ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ରାଜପୁତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ପ୍ରାୟ 2 ଲକ୍ଷ ଦର୍ଶକ ଥିଲେ । ଆଉ ଏବେ ବର୍ତ୍ତମାନ 3.70 ଲକ୍ଷରୁ ଅଧିକ ଦର୍ଶକ ସାମିଲ ହୋଇସାରିଲେଣି ।

ଏହି ମାମଲାରେ ଆଇପିଏସ ସିନିୟର ଅଫିସର କହିଛନ୍ତି, ‘ଅଭିନେତାଙ୍କ ମୃତ୍ୟୁକୁ ଟଙ୍କା ରୋଜଗାରର ସୁଯୋଗ ଭାବରେ ବ୍ୟବହୃତ ହେଉଥିଲା କାରଣ ଲୋକେ ଏହି ମାମଲାରେ ଜାଣିବାକୁ ଆଗ୍ରହୀ ଥିଲେ । ଫେକ୍ ନ୍ୟୁଜ ସେୟାର ହେଉଥିବା ଅଭିଯୋଗ ଆସିବା ପରେ ଆମେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.