ହାଇଦ୍ରାବାଦ: ଅଫେରା ରାଇଜରେ କୋକିଳ କଣ୍ଠୀ ତଥା ସୁର ସାମାଜ୍ଞ୍ରୀ ଲତା ମଙ୍ଗେଶକର। ଗତ ୬ ତାରିଖରେ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି । ଏହି ତାରିଖକୁ ହୁଏତ କୌଣସି ସଂଗୀତ ପ୍ରେମୀ କେବେ ଭୁଲିପାରିବେ ନାହିଁ। କାରଣ ଏହି ଦିନ ସାରା ବିଶ୍ବ ଏଭଳି ଏକ ମହାନ ରତ୍ନକୁ ହରାଇଲା, ଯାହାର ସ୍ବରର ସମସ୍ତେ ଦିୱାନା ଥିଲେ। ଲତା ମଙ୍ଗେଶକରଙ୍କ ବିୟୋଗରେ ସଂଗୀତର ଏକ ଯୁଗର ଅବସାନ ଘଟିଛି ଏବଂ ଆଜି ତାଙ୍କ ପାଇଁ ପ୍ରତିଟି ବ୍ୟକ୍ତି ଦୁଃଖରେ ଭାଙ୍ଗି ପଡ଼ିଛି ।
- " class="align-text-top noRightClick twitterSection" data="
">
ଲତାଙ୍କ ବିୟୋଗ ପରେ ତାଙ୍କ କଥାକୁ ଗୋଟିଏ ପରେ ଗୋଟିଏ ସ୍ମରଣ କରାଯାଉଛି । ଯେମିତି କି, କ୍ରିକେଟ୍ ପ୍ରତି ଲତାଙ୍କର ଅଦ୍ଭୁତ ଭଲପାଇବା ଥିଲା। ଲତାଙ୍କର ଶାଢୀ ପ୍ରତି ମଧ୍ୟ ସଉକ ରହିଥିଲା । ଏମିତି କି କ୍ରାଇମ ଶୋ ଦେଖିବା ପାଇଁ ଭଲ ପାଉଥିଲେ ଲତା । ଏସବୁ ବ୍ୟତୀତ, ଆଉ ଏକ ଜିନିଷ ଥିଲା ଯାହା ଲତା ଦିଦିଙ୍କର ଅତି ପ୍ରିୟ ଥିଲା । ସେ ସେହି ଜିନିଷକୁ ନିଜ ଦୁର୍ବଳତା ଭାବୁଥିଲେ। ତାହା ହେଉଛି ଚକୋଲେଟ୍ ।
ଚକୋଲେଟ୍ ପ୍ରତି ଥିଲା ଲତାଙ୍କ ଅହେତୁକ ଦୁର୍ବଳତା:
ଆଜି ଚକୋଲେଟ୍ ଡେ' ଏବଂ ଲତା ମଙ୍ଗେଶକର ଚକୋଲେଟ୍ ଖାଇବାକୁ ବହୁତ ଭଲ ପାଉଥିଲେ । ସେ ଏହାକୁ ତାଙ୍କର ଦୁର୍ବଳତା ବୋଲି ଭାବୁଥୁଲେ ଯ ତେବେ ଚିନ୍ତା କରିବାର ବିଷୟ ହେଉଛି, ଯାହାର ସ୍ବରରେ ଏତେ ମଧୁରତା ଅଛି, ତାଙ୍କୁ ଚକୋଲେଟ୍ ଖାଇବା ବି କଣ ଦରକାର । ମାତ୍ର ଲତାଙ୍କ ମନ ଶେଷରେ ଚକୋଲେଟ୍ ପାଖରେ ଆସି ପହଞ୍ଚିଯାଉଥିଲା। ଏମିତି କି ତାଙ୍କୁ ଯଦି କିଛି କାମ ପାଇଁ ମନାଇବା ପଡେ, ତାହାଲେ ଏକ ମାଧ୍ୟମ ଥିଲା ଚକୋଲେଟ୍ । ଥରେ ୱାହିଦା ରହମାନ ଚକୋଲେଟ୍ ପ୍ରତି ଲତାଙ୍କ ଭଲପାଇବା ବିଷୟରେ କହିଥିଲେ ।
ୱାହିଦା ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, 1971 ଯୁଦ୍ଧ ପରେ ମୋତେ ବାଂଲାଦେଶ ପାଇଁ ଏକ ସୋ କରିବାକୁ ଥିଲା। ମୁଁ ଏ ବିଷୟରେ ଲତା ଜୀ ସହିତ କଥା ହେଲି କିନ୍ତୁ ସେ ନା କହିଦେଇଥିଲେ । ମୁଁ ତାଙ୍କୁ ମନାଇବାରେ ଲାଗିପଡିଥିଲି ଏବଂ ସେ ମୋତେ 10 ଦିନ ମନା କଲେ । ତା’ପରେ ମୁଁ ତାଙ୍କର ଏକ ଦୁର୍ବଳତାର ସୁଯୋଗ ନେବାକୁ ମନସ୍ଥ କଲି । କାରଣ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା | ଲତା ଜୀ ଚକୋଲେଟକୁ ଭଲ ପାଉଥିଲେ ଏବଂ ମୁଁ ତାଙ୍କ ପାଇଁ ଅନେକ ଚକୋଲେଟ୍ ପଠାଇବା ଆରମ୍ଭ କରିଥିଲି । ତା’ପରେ ଦିନେ ସେ ସୋ’ର ଏକ ଅଂଶ ହେବାକୁ ରାଜି ହୋଇଥିଲେ । ସେ ମୋତେ କହିଥିଲେ ଯେ ୱାହିଦା ତୁମେ ମୋ ଦୁର୍ବଳତାର ଫାଇଦା ଉଠାଇଛ । ତୁମେ ବହୁତ ସ୍ମାର୍ଟ।
ଫେବୃଆରୀ 6 ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନ ବୋଲି ପ୍ରମାଣିତ ହେଲା ଯେତେବେଳେ ଲତା ମଙ୍ଗେଶକର ଶେଷ ନିଶ୍ବାସ ତ୍ୟାଗ କଲେ । 92 ବର୍ଷୀୟା ଅଭିନେତ୍ରୀ ପ୍ରାୟ ଏକ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲତା ମଙ୍ଗେଶକର ତାଙ୍କ କ୍ୟାରିଅରରେ ପ୍ରାୟ 30 ହଜାର ଗୀତ ଗାଇ ସାରା ବିଶ୍ବରେ ଏକ ନାଁ ଅର୍ଜନ କରିଥିଲେ । ଆଜି ତାଙ୍କ ବିୟୋଗ ପରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଝୁରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ