ETV Bharat / sitara

‘ଅଭୟ’ ପାଇଁ କୁନାଲଙ୍କୁ ମିଳିଛି ଭିନ୍ନ ପରିଚୟ - ‘ଅଭୟ’ ପାଇଁ କୁନାଲଙ୍କୁ ମିଳିଛି ଭିନ୍ନ ପରିଚୟ

ଖୁବଶୀଘ୍ର ପୁଣି ଜି5ରେ ଦେଖିବାକୁ ପାଇବେ ଚର୍ଚ୍ଚିତ ‘ଅଭୟ’ର ଦ୍ବିତୀୟ ସିଜନ ‘ଅଭୟ 2’। ଯାହା କୁନାଲ ଖେମୁଙ୍କ ଯୋଗାଇଛି ବଡ ସଫଳତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁନାଲ ଖେମୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁନାଲ ଖେମୁ
author img

By

Published : May 19, 2020, 9:40 PM IST

ମୁମ୍ବାଇ: ବହୁମୁଖୀ ପ୍ରତିଭାଶାଳୀ ଅଭିନେତା କୁନାଲ ଖେମୁଙ୍କୁ ତାଙ୍କ ଅଭିନୟ ପାଇଁ ପ୍ରଶଂସା ମିଳିଆସୁଛି । ନିକଟରେ ରିଲିଜ ହୋଇଥିବା ମୋହିତ ସୁରୀଙ୍କ ମଲ୍ଟି ଷ୍ଟାର ଫିଲ୍ମ ‘ମଲଙ୍ଗ’ରେ ତାଙ୍କ ଦମଦାର ଖଳନାୟକ ଅବତାର ଦର୍ଶକଙ୍କ ମନ କିଣିଥିଲା । ଆଉ ଏବେ ସେ ନିଜ ଡିଜିଟାଲ ସିରିଜ ଅଭୟକୁ ନେଇ ଚର୍ଚ୍ଚାରେ । ଯାହା ପାଇଁ ତାଙ୍କ ଅଭିନୟର ପ୍ରଶଂସା କରିବାରେ ବ୍ୟସ୍ତ ଦର୍ଶକ । ନିକଟରେ ଏହି ସିରିଜକୁ ଜି5ର ସବୁଠାରୁ ଅଧିକ ଦେଖାଯାଇଥିବା ଶୋ ଘୋଷିତ କରାଯାଇଥିଲା ।

ବଡ ସଫଳତା ପରେ କୁନାଲ କହିଥିଲେ ଯେ ‘ଅଭୟ’ ତାଙ୍କୁ ଯେଉଁ ସମ୍ମାନ ଦେଇଛି । ତାହା ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିବାକୁ ପ୍ରେରଣା ଯୋଗାଉଛି । ଏହାର ସଫଳତା ଏହି କଥାର ସାକ୍ଷୀ ଯେ ଦର୍ଶକଙ୍କୁ କ୍ରାଇମ, ଥ୍ରିଲର କଣ୍ଟେଣ୍ଟ ଖୁବ୍ ପସନ୍ଦ ଆସିବାରେ ଲାଗିଲାଣି । ସେ ଉତ୍ସାହିତ ଅଛନ୍ତି । ଆଉ ଯେତେବେଳେ ପରିସ୍ଥିତି ନର୍ମାଲ ହୋଇଯିବ ତେବେ ପୁରା ଟିମ ‘ଅଭୟ 2’ର ସୁଟିଂ ଆରମ୍ଭ କରିଦେବେ ।

ପ୍ରକାଶ ଥାଉକି ସିରିଜରେ କୁନାଲ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି। ଅଭୟ 2କୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଫ୍ୟାନ୍ସ । ଯାହାର ଟିଜର ଗତ ମାସ 15 ତାରିଖରେ ରିଲିଜ ହୋଇଥିଲା । ହେଲେ ଲକଡାଉନ ପାଇଁ ଏବେ ସିରିଜର ସୁଟିଂ ବନ୍ଦ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.