ETV Bharat / sitara

'ଦୋସ୍ତାନା -2' ରୁ ଆଉଟ କାର୍ତ୍ତିକ ! - kjo-ousts-kartik-aaryan-from-dostana-2

ଫିଲ୍ମ 'ଦୋସ୍ତାନା- ୨' ରୁ କାର୍ତ୍ତିକ ଆର୍ୟାନଙ୍କୁ ବାହାର କରିଦେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଖବର ଅନୁଯାୟୀ ଅଭିନେତାଙ୍କୁ ଧର୍ମା ପ୍ରଡକ୍ସନ୍ସରୁ ବ୍ଲକଲିଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

kjo-ousts-kartik-aaryan-from-dostana-2-and-other-projects-for-unreasonable-behaviour
'ଦୋସ୍ତାନା -2' ରୁ ଆଉଟ କାର୍ତ୍ତିକ !
author img

By

Published : Apr 16, 2021, 5:11 PM IST

ହାଇଦ୍ରାବାଦ: ବଲିଉଡରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଫିଲ୍ମ 'ଦୋସ୍ତାନା- ୨' ରୁ କାର୍ତ୍ତିକ ଆର୍ୟାନଙ୍କୁ ବାହାର କରିଦେବା ଖବର ବର୍ତ୍ତମାନ ଚର୍ଚ୍ଚାରେ ।

ଶୁଣିବାକୁ ମିଳିଛି ଯେ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ କାର୍ତ୍ତିକଙ୍କ ବନ୍ଧୁତା ଭାଙ୍ଗିଯାଇଛି। ଯାହକୁ ନେଇ ଅନେକ ଚଳଚ୍ଚିତ୍ର ଅଭିନେତାଙ୍କ ହାତରୁ ଖସିଯାଇଛି ।

ଖବର ଅନୁଯାୟୀ, କାର୍ତ୍ତିକ 'ଦୋସ୍ତାନା -୨'ରେ ଜାହ୍ନବୀ କପୁରଙ୍କ ସହ ସୁଟିଂ କରିଥିଲେ। ଅଭିନେତାଙ୍କ ଖରାପ ଆଚରଣକୁ ନେଇ ଫିଲ୍ମ ନିର୍ଦ୍ଦେଶକ କାଲିନ ଅସନ୍ତୋଷ ପ୍ରକାଶ କରିବାରୁ ତାଙ୍କୁ ଫିଲ୍ମରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

ଯଦି ଏହି ଖବରକୁ ବିଶ୍ବାସ କରାଯାଏ ତେବେ କେବଳ ଦୋସ୍ତାନା -2 ନୁହେଁ, କାର୍ତ୍ତିକଙ୍କ ଖରାପ ଆଚରଣ କାରଣରୁ ଅଭିନେତାଙ୍କୁ ଧର୍ମା ପ୍ରଡକ୍ସନ୍ସରୁ ବ୍ଲକଲିଷ୍ଟ କରାଯାଇଛି। ଯେପରିକି ଭବିଷ୍ୟତରେ କାର୍ତ୍ତିକ କୌଣସି ଧର୍ମା ପ୍ରଡକ୍ସନ୍ସ ପ୍ରୋଜେକ୍ଟରେ କାମ କରିପାରିବେ ନାହିଁ। ଫିଲ୍ମର ସୁଟିଂ ଶେଷ କରିବା ପାଇଁ କାର୍ତ୍ତିକ ତାଙ୍କର ଡେଟ୍ ଦେଉନଥିଲେ, ଯେଉଁଥିପାଇଁ ନିର୍ମାତାମାନଙ୍କୁ ଏହି କଠୋର ପଦକ୍ଷେପ ନେବାକୁ ପଡ଼ିଲା ।

ଭବିଷ୍ୟତରେ କାର୍ତ୍ତିକଙ୍କ ସହ କାମ ନକରିବାକୁ କରଣ ଜୋହର ନିଷ୍ପତ୍ତି ନେଇଛନ୍ତି। ଅଭିନେତାଙ୍କ ଫିଲ୍ମରୁ ବାହାରିବାର ଆଉ ଏକ କାରଣ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ଯେ ଜାହ୍ନଭିଙ୍କ ହାତରୁ ଏକ ଫିଲ୍ମ ଖସିଯାଇଥିଲା କାରଣ ଅଭିନେତ୍ରୀ ଦୋସ୍ତାନା -୨ର ସୁଟିଂ ପାଇଁ ଡେଟ୍ ଦେଇଥିଲେ କିନ୍ତୁ କାର୍ତ୍ତିକ ଏହି ସୁଟିଂକୁ ବାତିଲ କରିଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.