ETV Bharat / sitara

କ୍ୟାଟଙ୍କ ସହ ସିଦ୍ଧାନ୍ତ-ଈଶାନଙ୍କ ହରର କମେଡି, ଆସିଲା ଫାଷ୍ଟଲୁକ ପୋଷ୍ଟର

author img

By

Published : Jul 20, 2020, 6:07 PM IST

ପ୍ରଥମ ଥର ପରଦାରେ ଭୂତ ସହ ଲଢିବେ କ୍ୟାଟ, ସିଦ୍ଧାନ୍ତ ଓ ଈଶାନ ଖଟ୍ଟର। ଯାହାର ଫାଷ୍ଟଲୁକ ପୋଷ୍ଟର ଜାରି କରିଦେଇଛନ୍ତି ମେକର୍ସ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ମୁମ୍ବାଇ: ସିନେ ଲଭର୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। କାରଣ ଘୋଷଣା ହୋଇଯାଇଛି ଆଉ ଏକ ଦମଦାର ଫିଲ୍ମର । ଯାହାର ଟାଇଟେଲ ହେଲା ‘ଫୋନ ଭୂତ୍’ । ଏହି ହରର କମେଡି ଡ୍ରାମାର ଷ୍ଟାରକାଷ୍ଟ ନାମ ଶୁଣି ଖୁସିରେ ଝୁମି ଉଠିବେ ଦର୍ଶକ । ଆଜ୍ଞା ହଁ, ସେକ୍ସୀ କ୍ୟାଟ୍ରିନା କୈଫ, ଈଶାନ ଖଟ୍ଟର ଓ ସିନ୍ଧାନ୍ତ ଚକୁର୍ବେଦୀଙ୍କ ଭଳି କଳାକାରଙ୍କ ଜବରଦସ୍ତ କମେଡି ଫିଲ୍ମରେ ଦେଖିବାକୁ ଯାଉଛନ୍ତି ଦର୍ଶକ । ଖାଲି ଏତିକି ନୁହେଁ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି ହୋଇଯାଇଛି । ସେହିପରି ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ସେପଟେ କ୍ୟାଟ, ସିଦ୍ଧାନ୍ତ ଓ ଈଶାନ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଈଶାନ ଜଣାଇଛନ୍ତି ଯେ ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ । ଯାହାପାଇଁ ମାର୍ଚ୍ଚରେ ଫଟୋସୁଟ କରାଯାଇଥିଲା ।

ମଜାଦାର ଅନ୍ଦାଜରେ ଈଶାନ ପୋଷ୍ଟରେ ଲେଖିଛନ୍ତି, ‘ସେମିତି ଭୂତଙ୍କ ଉପରେ ଲକଡାଉନ ଲାଗୁ ହେଉନାହିଁ । ହେଲେ ଫଟୋ ମାର୍ଚ୍ଚରୁ ଲକଡାଉନରେ ଥିଲା । ପରିଶେଷରେ ସାମ୍ନାକୁ ଆସିଯାଇଛନ୍ତି ଭୂତ।’

ଈଶାନଙ୍କ ବ୍ୟତୀତ କ୍ୟାଟ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଗୋଟିଏ ଦୋକାନ ଯେଉଁଠାରେ ଭୂତ ସହ ସମ୍ପୃକ୍ତ ଥିବା ସବୁ ସମସ୍ୟାକୁ ରୋକା ଯାଇପାରିବ । 2019ର ସୁପରହିଟ୍ ଫିଲ୍ମ ଗଲି ବୟ ଓ ବକ୍ସିଂ ଉପରେ ଆଧାରିତ ନିଜର ଆଗାମୀ ଫିଲ୍ମ ତୁଫାନ ପରେ ଫୋନ ବୁଥ ଏକ୍ସେଲର ଏକ ମହତ୍ବପୂର୍ଣ୍ଣ ଘୋଷଣା।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.