ମୁମ୍ବାଇ: ବଲିଉଡର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟାନ ପୁଣି ଥରେ ଏକ ଫଟୋ ସେୟାର କରି ଚର୍ଚ୍ଚାରେ ।
ନିକଟରେ,କାର୍ତ୍ତିକ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କାର୍ତ୍ତିକ ବିଛଣାରେ ସର୍ଟଲେସ୍ ଅବତାରରେ ଶୋଇଛନ୍ତି ଏବଂ ଟାଇଟାନିକ୍ ହିରୋଇନ୍ ରୋଜି ଅର୍ଥାତ୍ କେଟ୍ ୱିନ୍ସଲେଟଙ୍କ ପରି ବିଛଣାରେ ଶୋଇ ପୋଜ୍ କରୁଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋ ସେୟାର ହେବା ମାତ୍ରେ ଖୁବ୍ ଭାଇରାଲ୍ ହେଉଛି । ଏହି ଫଟୋରେ ଆପଣ ଦେଖିପାରିବେ ଯେ, ଟାଇଟାନିକ୍ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଫିଲ୍ମର ଏକ ସିନରେ ଠିକ୍ ଏହିପରି ଭାବରେ ବିଛଣାରେ ଶୋଇଥିଲେ । କିନ୍ତୁ ଫଟୋରେ କାର୍ତ୍ତିକ ତାଙ୍କର ବାଇସେପ୍ସ ଦେଖାଇବା ଉଦ୍ଦେଶ୍ୟରେ ଏହି ପୋଷ୍ଟକୁ ସେୟାର କରିଛନ୍ତି ।
ଫଟୋର କ୍ୟାପସନରେ କାର୍ତ୍ତିକ ତାଙ୍କର ବାଇସେପ୍ସକୁ 1 ନମ୍ବର ଏବଂ କେଟ୍ ୱିନ୍ସଲେଟ୍ 0 ନମ୍ବର ମଧ୍ୟ ଦେଇଛନ୍ତି ।
ପ୍ରକାଶ ଥାଉ ଯେ, କିଛିଦିନରୁ ହେବ କାର୍ତ୍ତିକ ବହୁ ଚର୍ଚ୍ଚାରେ ଥିଲେ । ସେ ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଆଗାମୀ ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଥିଲା । ଯାହାକୁ ନେଇ ଖୁସି ଥିଲେ ଫ୍ୟାନ୍ସ । ହେଲେ ବର୍ତ୍ତମାନ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କାରଣ ଫିଲ୍ମରୁ ବାଦ ପଡିଛନ୍ତି କାର୍ତ୍ତିକ । ଏହାସହ ସେ ଦସ୍ତଖତ ରାଶି ମଧ୍ୟ ଫେରସ୍ତ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ।