ETV Bharat / sitara

Wedding anniversaryରେ ଥ୍ରୋବ୍ୟାକ ଫଟୋ ସେୟାର କଲେ କରୀନା

ବିବାହ ବାର୍ଷିକୀରେ ଥ୍ରୋବ୍ୟାକ ଫଟୋ ସେୟାର କରି ହବିଙ୍କୁ ଶୁଭେଚ୍ଛା ଜଣାଇଲେ ପଟୌଦି ବଂଶର ବୋହୂ କରୀନା କପୁର ଖାନ । ଅଧିକ ପଢନ୍ତୁ...

author img

By

Published : Oct 16, 2021, 3:04 PM IST

Wedding anniversaryରେ ଥ୍ରୋବ୍ୟାକ ଫଟୋ ସେୟାର କଲେ କରୀନା
Wedding anniversaryରେ ଥ୍ରୋବ୍ୟାକ ଫଟୋ ସେୟାର କଲେ କରୀନା

ହାଇଦ୍ରାବାଦ: ବିବାହ ବାର୍ଷିକୀରେ ଅଭିନେତା ସ୍ବାମୀ ସୈଫ ଅଲ୍ଲୀ ଖାନଙ୍କ ସହିତ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି ପଟୌଦି ବଂଶର ବୋହୂ କରୀନା କପୁର ଖାନ । ଉଭୟ ୨୦୦୮ ମସିହାରେ ଗ୍ରୀସରେ ବିତାଇଥିବା ସମୟ ସବୁଦିନ ପାଇଁ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିବା ସେ ପୋଷ୍ଟ କରି ଲେଖିଛନ୍ତି ।

କରୀନା ସୈଫଙ୍କ ସହ ନବମ ବିବାହ ବାର୍ଷିକୀରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ୨୦୦୮ ମସିହା ଗ୍ରୀସରେ ଫିଲ୍ମ 'ଟସନ'ର ସୁଟିଂ ସମୟର ଏହି ଫଟୋକୁ କରୀନା ସେୟାର କରିଛନ୍ତି । ଏହାର କ୍ୟାପସନରେ କରୀନା ଲେଖିଛନ୍ତି ଯେ, "ଏକଦା ଗ୍ରୀସରେ...ଏକ ବୋଲ୍‌ ସୁପ୍‌ ଓ ଆମେ...ଆଉ ଜୀବନ ପରିବର୍ତ୍ତନ ହୋଇଗଲା । ଦୁନିଆର ସବୁଠୁ ହ୍ୟାଣ୍ଡସମ ବ୍ୟକ୍ତିଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ " ଅର୍ଥାତ ଗୋଟିଏ ବୋଲ୍‌(bowl) ସୁପ୍‌ ସହିତ ସେମାନେ ବିତାଇଥିବା କିଛି ସ୍ପେଶାଲ ମୁହୂର୍ତ୍ତ ଯାହାକି ସବୁଦିନ ପାଇଁ ତାଙ୍କ ଜୀବନକୁ ପରିବର୍ତ୍ତନ କରିଥିଲା । ଏହାସହିତ ସେ ହବି ସୈଫଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି ।

କରୀନାଙ୍କ ଏହି ପୋଷ୍ଟ ପରେ ତାଙ୍କ ବନ୍ଧୁ, ସମ୍ପର୍କୀୟଙ୍କ ଅନେକ କମେଣ୍ଟ୍ସ ଦେଖିବାକୁ ମିଳିଛି । ବଲିଉଡ଼ ଅଭିନେତ୍ରୀ ତଥା କରୀସ୍ମା କପୁର ଉଭୟଙ୍କୁ 'ଫେଭରାଇଟ କପଲ ଫରଏଭର' ଲେଖିଛନ୍ତି । ସେପଟେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୈଫଙ୍କ ଭଉଣୀ ସୋହା ଅଲ୍ଲୀ ଖାନ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ଆଗକୁ ସୈଫ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ 'ଆଦିପୁରୁଷ'ରେ ଲଙ୍କେଶ ଭୂମିକାରେ ନଜର ଆସିବେ । ସେପଟେ କରୀନା ଆମିର ଖାନଙ୍କ ସହିତ 'ଲାଲ ସିଂ ଚଢା'ରେ ନଜର ଆସିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.