ETV Bharat / sitara

କରନଙ୍କ ଆଗାମୀ ଫିଲ୍ମରେ ନୂଆ ଷ୍ଟାର କିଡ

author img

By

Published : Oct 26, 2019, 10:32 AM IST

ବଲିଉଡରେ ନବାଗତ କଳାକାରଙ୍କୁ ପଦାର୍ପଣ କରିବାରେ ଲାଗିଛନ୍ତି କରନ ଜୋହର । ନିଜର ଆଗାମୀ ଫିଲ୍ମରେ ଆଉ ଜଣେ ଅଭିନେତାଙ୍କ ପୁଅଙ୍କୁ କରିବେ କାଷ୍ଟ।

ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା କରନ ଜୋହର ନିଜ ଆଗାମୀ ଫିଲ୍ମ ‘ଦୋସ୍ତାନା 2’କୁ ନେଇ ଚର୍ଚ୍ଚାରେ । ନିକଟରେ ଘୋଷଣା କରିଥିବା ଏହି ଫିଲ୍ମ ସହ ସେ ଛୋଟ ପରଦାର ଲକ୍ଷ୍ୟଙ୍କୁ ମଧ୍ୟ ଲଞ୍ଚ କରାଉଛନ୍ତି । ଏବେ ଫିଲ୍ମକୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ସେ ଆଉ ଏକ ନୂଆ ଚେହେରାକୁ କାଷ୍ଟ କରିବାକୁ ଯାଉଛନ୍ତି। ପୁଣି ବଲିଉଡରେ ଦର୍ଶକ ଦେଖିବେ ଷ୍ଟାର କିଡ୍ସ ।

ଆଜ୍ଞା ହଁ, କରନ ଅଭିନେତା ବିନ୍ଦୁ ଦାରା ସିଂଙ୍କ ପୁଅ ଫତେହ ରାନ୍ଧୱାଙ୍କୁ ବଲିଉଡରେ ଡେବ୍ୟୁ କରାଇବାକୁ ଯାଉଛନ୍ତି । ଫତେହ ‘ଦୋସ୍ତାନା 2’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିବେ । କ୍ୟୁଟ ଆଲିୟା ଭଟ୍ଟ, ବରୁଣ ଧୱନ, ସିଦ୍ଧାର୍ଥ ମଲହୋତ୍ରା ଓ ଅନନ୍ୟା ପାଣ୍ଡେ ଭଳି ଷ୍ଟାର୍ସ କିଡ୍ସଙ୍କୁ ବଲିଉଡରେ ଡେବ୍ୟୁ କରାଇଛନ୍ତି କରନ।

କରନଙ୍କ ଏହି ଫିଲ୍ମରେ ତୃତୀୟ ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ୟନ ଓ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ପ୍ରକାଶ ଥାଉକି କରନ, ଫତେହଙ୍କ ଡେବ୍ୟୁ ନେଇ ଖୁବ୍ ଉତ୍ସାହିତ । ଆଉ ତାଙ୍କୁ ଆଶା ଅଛି ଯେ ଫତେହ ବଲିଉଡରେ ବରୁଣ ଓ ସିଦ୍ଧାର୍ଥଙ୍କ ପରି ନିଜ ସ୍ଥାନ ସ୍ଥାପନ କରିପାରିବେ । କିନ୍ତୁ ଏଯାବତ ଫତେହଙ୍କ ଡେବ୍ୟୁକୁ ନେଇ କୌଣସି ଅଧିକାରୀକ ଘୋଷଣା କରିନାହାଁନ୍ତି କରନ । ଯଦି ଫତେହଙ୍କ ବିଷୟରେ କଥା ହେବା ତେବେ ସେ ପାଖାପାଖି 4 ବର୍ଷ ହେଲାଣି ଅଭିନୟ ଶିଖିଆସୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.