ETV Bharat / sitara

ଖିଲାଡିଙ୍କୁ ଧନ୍ୟବାଦ କହିଲେ ସନ୍ନିଙ୍କ ପୁଅ

ଜଲଦି ବଲିଉଡରେ ଆଉ ଦୁଇ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ । ‘ପଲ ପଲ ଦିଲ କେ ପାସ’ ଫିଲ୍ମ ଜରିଆରେ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ବଲିଉଡରେ ପଦାର୍ପଣ କରିବେ ।

author img

By

Published : Sep 7, 2019, 7:41 AM IST

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ । ତାଙ୍କ ଡେବ୍ୟୁକୁ ନେଇ ବଲିଉଡ ସେଲିବ୍ରିଟି ମଧ୍ୟ ଖୁବ୍ ଉତ୍ସାହିତ । ପ୍ରଥମେ ସଲମାନ ଖାନ କରନଙ୍କ ଡେବ୍ୟୁ ଫିଲ୍ମ ‘ପଲ ପଲ ଦିଲ କେ ପାସ୍’ର ଟ୍ରେଲର ଟ୍ବିଟ କରିଥିଲେ । ଯାହା ଉପରେ ସନ୍ନିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ଏଥର ଖିଲାଡି ଅକ୍ଷୟ କୁମାର ମଧ୍ୟ ‘ପଲ ପଲ ଦିଲ କେ ପାସ୍’ର ଟ୍ରେଲର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୁଖ୍ୟ କଥା ହେଲା କି ସନ୍ନିଙ୍କ ପରିବର୍ତ୍ତେ କରନ ଏଥର ଅକ୍ଷୟଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରକାଶ ଥାଉକି ଅକ୍ଷୟ ମଧ୍ୟ ସଲମାନଙ୍କ ଅନ୍ଦାଜରେ କରନଙ୍କ ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଏହି ପିଢିର ସବୁଠାରୁ ବଡ ପ୍ରେମ କାହାଣୀ । ପ୍ରସ୍ତୁତ ପଲ ପଲ ଦିଲ କେ ପାସର ଟ୍ରେଲର ।’ ଏହାସହ ଅକ୍ଷୟ ନିଜ ଫ୍ୟାନ୍ସଙ୍କୁ କରନଙ୍କ ସାକ୍ଷାତ ମଧ୍ୟ କରାଇଛନ୍ତି ।

ସେପଟେ କରନ ମଧ୍ୟ ଅକ୍ଷୟଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ‘ଶୁଭକାମନା ପାଇଁ ଅନେକ ଅନେକ ଧନ୍ୟବାଦ । ଏହା ମୋ ପାଇଁ ବହୁତ ମହତ୍ବ ରଖୁଛି ।’ କରନଙ୍କ କୋ-ଷ୍ଟାର ସହେର ବାମ୍ବା ମଧ୍ୟ ଅକ୍ଷୟଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି । ‘ପଲ ପଲ ଦିଲ କେ ପାସ୍’ ସେପ୍ଟେମ୍ବର 20ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସନ୍ନି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.