ମୁମ୍ବାଇ: ଶୁକ୍ରବାର ଦିନ ଅଭିନେତ୍ରୀ କରୀନା କପୁର ଏବଂ କରିସ୍ମା କପୁର ତାଙ୍କ ପରିବାରର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତା ରଣବୀର କପୁର ଏବଂ ରିଦ୍ଧିମା କପୁର ଏବଂ ଅଭିନେତା ରାଜ କପୁର ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ରାଜ କପୁରଙ୍କ ପତ୍ନୀ କିଷ୍ଣା ରାଜ କପୁର ତାଙ୍କ ପାଖରେ ଠିଆ ହୋଇଥିବା ନଜର ଆସିଛନ୍ତି।
![Kapoor sisters share childhood family picture with grandfather Raj Kapoor](https://etvbharatimages.akamaized.net/etvbharat/prod-images/pjimage-2_0304newsroom_1585911561_1026.jpg)
ଅଭିନେତ୍ରୀ କରୀନା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଆମେ କପୁର ପରିବାର ଓଜି। ଅନ୍ୟପକ୍ଷରେ ଅଭିନେତ୍ରୀ କରିସ୍ମା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି "ପାରିବାରିକ ବିଷୟ"।
- " class="align-text-top noRightClick twitterSection" data="
">
ନିକଟରେ ଅଭିନେତ୍ରୀ କରିସ୍ମା ଇନଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ସନ୍ତାନ ସମାଇରା ଏବଂ କିଆନଙ୍କ ସହ ପିଏମ କେୟାର ପାଣ୍ଠିକୁ ଏବଂ ମହାରାଷ୍ଟ୍ର ସିଏମ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହାସହ କ୍ୟାପସନରେ ଲେଖିଛନ୍ତି ଯେ, ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ । ମୋର ଏହି ଛୋଟ ଅବଦାନ ଲୋକମାନଙ୍କ ସାହାଯ୍ୟ ପାଇଁ ।
ଏହା ପୂର୍ବରୁ ଅକ୍ଷୟ କୁମାର, ଭୁମି ପେଡନେକର, ରାଜକୁମାର ରାଓ, ବିକି କୈାଶଲ, ଆଲିଆ ଭଟ୍ଟ, ସାରା ଅଲି ଖାନ, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା, ଏବଂ ମାଧୁରୀ ଦୀକ୍ଷିତଙ୍କ ପରି ଅନେକ ସେଲିବ୍ରିଟିମାନେ ପିଏମ କେୟାର ପାଣ୍ଠିରେ ସହଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ