ETV Bharat / sitara

ପୁଣି କଙ୍ଗନାଙ୍କ ଟାର୍ଗେଟରେ ବଲିଉଡ ସେଲିବ୍ରିଟି

author img

By

Published : Jun 7, 2020, 5:20 AM IST

କଳାଗୋରା ଭେଦଭାବ ଉପରେ କଙ୍ଗନାଙ୍କ ପ୍ରତିକ୍ରିୟା । ସେଲିବ୍ରିଟିଙ୍କୁ ଟାର୍ଗେଟ କରି ସେ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ସବୁବେଳେ ନିଜ ବିନ୍ଦାସ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବି-ଟାଉନର କୁଇନ କଙ୍ଗନା ରଣାୱତ ରଙ୍ଗଭେଦ ଭାବ ପ୍ରସଙ୍ଗ ଉପରେ ବଲିଉଡକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଫେୟାରନେସ କ୍ରିମର ବିଜ୍ଞାପନ କରୁଥିବା ଭାରତୀୟ ସେଲିବ୍ରିଟି ମାନେ କଳା ଲୋକଙ୍କ ପ୍ରତି ହେଉଥିବା ହିଂସା ଉପରେ ପ୍ରତିକ୍ରିୟା ଦେଉଛନ୍ତି । ଏହାଠାରୁ ଖରାପ କିଛି ନୁହେଁ । ସେ ଥଟ୍ଟା କରି ଆହୁରି କହିଛନ୍ତି ଯେ ପାଲଘରରେ ସାଧୁଙ୍କ ହତ୍ୟା ମାମଲାରେ ଚୁପ ଥିବା ସେଲିବ୍ରିଟି ଏବେ ଆମେରିକାର ସାମାଜିକ ପ୍ରସଙ୍ଗରେ କହୁଛନ୍ତି ।

କଥାଟି ହେଲା ଯେ ଆମେରିକାର କଳା ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପ୍ରସଙ୍ଗ ଉପରେ ସେଲିବ୍ରିଟି ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ଥିବା ଲୋକେ #BlackLivesMatter ଏବଂ #BlackoutTuesday ଜରିଆରେ ନିଜ ସମର୍ଥନ ଜାହିର କରୁଛନ୍ତି । ଏହାକୁ ଆଧାର କରି କଙ୍ଗନା ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଆଉ କହିଛନ୍ତି, ‘ବଲିଉଡର ପ୍ରଭାବଶାଳୀ ଲୋକମାନେ ଦେଶର ପାଲଘର ଭଳି ପ୍ରସଙ୍ଗରେ ନୀରବ ରୁହନ୍ତି ଏବଂ ଆମେରିକାର ସାମାଜିକ-ଆର୍ଥିକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହେଉଛନ୍ତି । ମୁଁ ଭାବୁଛି ପାଶ୍ଚାତ୍ୟ ପାଇଁ ପ୍ରାସଙ୍ଗିକ ବିଷୟର ଅଂଶ ହେବା ଏକ ଫ୍ୟାଶନରେ ପରିଣତ ହୋଇଛି । ହେଲେ ଏସିଆ ସେଲିବ୍ରିଟି ଦେଶରେ ଖୁବ୍ ପ୍ରଭାବଶାଳୀ । ସେ ବୁଝିପାରୁନାହାଁନ୍ତି ଯେ ଏମାନେ ଆମେରିକାର ସାମାଜିକ, ରାଜନୈତିକ ସୁଧାରିବାରେ କାହିଁକି ଯୋଗ ଦେଉଛନ୍ତି । ’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.