ETV Bharat / sitara

ଧରାପଡିଲେ ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ

କାର ଚୋରିରୁ ବଡ ଖୁଲାସା । ସେପ୍ଟେମ୍ବର 16ରେ ସଲମାନ ଖାନଙ୍କୁ ସୋସିଆଲ ମିଡିଆରେ ମିଳିଥିଲା ହତ୍ୟା ଧମକ । ଇତିମଧ୍ୟରେ ଯୋଧପୁର ପୋଲିସ ହତ୍ୟା ଧମକ ଦେଇଥିବା ଯୁବକ ଓ ତାର ବନ୍ଧୁକୁ ଗିରଫ କରିଛି ।

author img

By

Published : Oct 4, 2019, 3:19 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କୁ ନିକଟରେ ଫେସବୁକ ଜରିଆରେ ଗୋରୀ ସୁଟର ନାମକ ଜଣେ ୟୁଜର ହତ୍ୟାର ଧମକ ଦେଇଥିଲା । ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ଏହି ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। ଏବେ ଏହି ମାମଲାରେ ଯୋଧପୁରର ଚୋପାସନି ପୋଲିସ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଓ ତାର ଜଣେ ବନ୍ଧୁକୁ ଗିରଫ କରିଛି ।

tweet
ଫଟୋ ସୌଜନ୍ୟ ଏଏନଆଇ

ଗିରଫ ହୋଇଥିବା ଅଭିଯୁକ୍ତର ଚିହ୍ନଟ ଜ୍ୟାକି ବିଶ୍ରୋଇ ନାମରେ ହୋଇଛି । ସବୁଠାର ଆଶ୍ଚର୍ଯ୍ୟ କଥା ହେଲା କି ପୋଲିସ ଜ୍ୟାକିକୁ ଗାଡି ଚୋରି କରୁଥିବା ବେଳେ ଧରିଥିଲା । ଆଉ ପରେ ଖୁଲାସା ହେଲା କି ସେ ହିଁ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ପୋଲିସ ଅନୁଯାଯୀ ଅଭିଯୁକ୍ତ ସଲମାନଙ୍କୁ ହତ୍ୟା ଧମକ କେବଳ ଶସ୍ତା ଲୋକପ୍ରିୟତା ହାସିଲ କରିବା ପାଇଁ ଦେଇଥିଲା । ଯୋଧପୁର ଚୋପସାନିର ସିଆଇ ପ୍ରବୀଣ ଆଚାର୍ଯ୍ୟ ଏହାର ସୂଚନା ଦେଇଛନ୍ତି ।

ସେହିପରି ପୋଲିସ ମଧ୍ୟ ମିଡିଆକୁ ସୂଚନା ଦେଇ କହିଥିଲା କି ଯୋଧପୁରରେ କିଛି ଦିନ ହେବ ବାହନ ଚୋରି ଘଟଣା ବଢିବାରେ ଲାଗିଥିଲା । ଯାହାକୁ ରୋକିବା ପାଇଁ କଡା ଚେକିଂ ଅଭିଯାନ ଆରମ୍ଭ କରାଯାଇଥିଲା । ଚେକିଂ ସମୟରେ କାରରେ ଯାତ୍ରା କରୁଥିବା ଦୁଇ ଯୁବକକୁ ସନ୍ଧିଗ୍ଧ ମାନି ଅଟକାଇଥିଲେ । ଛାନବିନ ସମୟରେ ଜଣାପିଲା କି ଦୁଇଜଣ କାର ଚୋରି କାର୍ଯ୍ୟରେ ଲୁପ୍ତ ଅଛନ୍ତି । ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସାମ୍ନାକୁ ଆସିଥିଲା ସଲମାନଙ୍କୁ ହତ୍ୟା ଧମକ ଦେବା ମାମଲା ।

ପ୍ରକାଶ ଥାଉକି ସେପ୍ଟେମ୍ବର 16ରେ ଫେସବୁକରେ ଏକ ପୋଷ୍ଟ ଜରିଆରେ ସଲମାନଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ଗମ୍ଭୀର ପରିଣାମ ଭୋଗିବା ସହ ହତ୍ୟା ଧମକ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.