ETV Bharat / sitara

Jhund teaser Releases: ନିଆରା ଅନ୍ଦାଜରେ ବିଗ୍ ବି

author img

By

Published : Feb 8, 2022, 4:39 PM IST

ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ 'ଝୁଣ୍ଡ'ର ଟିଜର ରିଲିଜ ହୋଇଛି। ଏଥିରେ ବିଗ୍ ବି ତାଙ୍କ 'ଝୁଣ୍ଡ' ସହିତ ନଜର ଆସିଛନ୍ତି । ମାର୍ଚ୍ଚ 4 ତାରିଖରେ ପ୍ରେକ୍ଷାଳୟରେ 'ଝୁଣ୍ଡ' ରିଲିଜ୍ ହେବାକୁ ଯାଉଛି। ଅଧିକ ପଢନ୍ତୁ

ନିଆରା ଅନ୍ଦାଜରେ ବିଗ୍ ବି
ନିଆରା ଅନ୍ଦାଜରେ ବିଗ୍ ବି

ହାଇଦ୍ରାବାଦ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ 'ଝୁଣ୍ଡ'ର ଟିଜର ରିଲିଜ ହୋଇଛି। ଏଥିରେ ବିଗ୍ ବି ତାଙ୍କ 'ଝୁଣ୍ଡ' ସହିତ ନଜର ଆସିଛନ୍ତି । ମାର୍ଚ୍ଚ 4 ତାରିଖରେ ପ୍ରେକ୍ଷାଳୟରେ 'ଝୁଣ୍ଡ' ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଟିଜରରେ ଅମିତାଭଙ୍କୁ ପିଲାଙ୍କ ମେଳରେ ଦେଖିବାକୁ ମିଳୁଛି । ଅମିତାଭଙ୍କ ବ୍ୟତୀତ କିଛି ଯୁବକ ଏଥିରେ ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରଟି ନାଗରାଜ ପୋପଟ୍ରାଓ ମଞ୍ଜୁଲେଙ୍କ ହିନ୍ଦୀ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ। ସେ ମରାଠୀ ବ୍ଲକବଷ୍ଟର ଚଳଚ୍ଚିତ୍ର "ସୈରାଟ" ଏବଂ "ଫଣ୍ଡ୍ରି" ପାଇଁ ଜଣାଶୁଣା। ଅନେକ ଥର ଝୁଣ୍ଡକୁ ନେଇ ଓଟିଟି ରିଲିଜ୍ ବିଷୟରେ ଚର୍ଚ୍ଚା ହୋଇଛି।

ଏହା ବି ପଢନ୍ତୁ: ଏଥର ହଲରେ ଧମାଲ କରିବ ଭୁଲ୍ ଭୁଲେୟା 2-ଝୁଣ୍ଡ, ଆସିଲା ରିଲିଜ ତାରିଖ

ଝୁଣ୍ଡର କାହାଣୀ ‘ସ୍ଲମ୍ ସକର୍ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ଏବଂ କ୍ରୀଡ଼ା ପ୍ରଶିକ୍ଷକ ବିଜୟ ବରସେଙ୍କ କାହାଣୀ ଉପରେ ଆଧାରିତ। ସେ ଅଖିଳେଶ ପାଲଙ୍କ କୋଚ୍ ମଧ୍ୟ ଥିଲେ। ତାଙ୍କର ଏକ ଏନ୍‌ଜିଓ ମଧ୍ୟ ରହିଛି। ଏହି ଏନ୍‌ଜିଓର ଉଦ୍ଦେଶ୍ୟ ହେଉଛି ବସ୍ତିର ପିଲାମାନଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ଫୁଟବଲ୍‌ ଖେଳ ପାଇଁ ପ୍ରେରିତ କରିବା। ସେହି ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଭୂମିକାରେ ଅଭିନୟ କରିବେ ବିଗ୍ ବି ଅମିତାଭ ବଚ୍ଚନ୍। ଫିଲ୍ମର ପ୍ରଯୋଜନା ମିଳିତ ଭାବେ ଭୂଷଣ କୁମାର, କ୍ରିଷନ କୁମାର, ରାଜ ହିରେମାଥ୍ ଓ ସଭିତା ରାଜ୍ ହିରେମାଥ୍ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.