ହାଇଦ୍ରାବାଦ: କିଛି ଭାବିବା ଆଗରୁ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ନା ସେ ଅଭିନୟରୁ ଅବସର ନେଉଛନ୍ତି ନା ବଲିଉଡରୁ । ବଲିଉଡର ଚିକିନି ଚମେଲି ଫିଲ୍ମ ପ୍ରଯୋଜନା କରିବାକୁ ଚାହୁଁଛନ୍ତି । ତେଣୁ ଏଥିପାଇଁ ସେ ଅଭିନୟ ଛାଡିପାରନ୍ତି ।
![feet up with star](https://etvbharatimages.akamaized.net/etvbharat/prod-images/3128357_thumbnail.jpg)
ଭାରତ ଫିଲ୍ମର ମୁଖ୍ୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଷ୍ଟୋରୀ ଲେଖିବାକୁ ଓ ପ୍ରଯୋଜନା କରିବାରେ ଇଚ୍ଛା ରଖିଛନ୍ତି । ଭୁଟରେ ଆସୁଥିବା ସିରିଜ 'ଫିଟ ଅପ ୱ୍ବିଥ ଷ୍ଟାର୍ସ ସିଜନ-2'ରେ ଆସି କହିଥିଲେ ଯେ, ସେ ବଲିଉଡରେ ନିଜର ସ୍ଥାନ ମଜବୁତ ଓ ବଡ କରିବାକୁ ଚାହୁଁଛନ୍ତି ।
ଯେତେବେଳେ ସିରିଜର ହୋଷ୍ଟ ଅନଏତା ସର୍ଫ ଅଦାଜାନିଆ କ୍ୟାଟ୍ରିନାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ପଚାରିଥିଲେ, ସେ କହିଥିଲେ କି ସେ ପ୍ରଯୋଜକ ହେବାକୁ ଚାହୁଁଛନ୍ତି । କେବଳ କ୍ୟାଟ୍ରିନା ନୁହଁନ୍ତି ବି-ଟାଉନର ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ ମଧ୍ୟ ପ୍ରଯୋଜନା କ୍ଷେତ୍ରରେ ପାଦ ଦେବାକୁ ଚାହାଁନ୍ତି । କେବଳ ସେତିକି ନୁହେଁ ଦୀପିକା ଓ ଅନୁଷ୍କାଙ୍କ ନିଜ ପ୍ରଡକ୍ସନ ହାଉସ ମଧ୍ୟ ରହିଛି ।