ETV Bharat / sitara

ଇରଫାନଙ୍କ ଫଟୋ ପୋଷ୍ଟ କରି ବାବିଲଙ୍କ ହିଣ୍ଟ - ତବ୍ବୁଙ୍କ ସହ ଇରଫାନ ଖାନ

ଭାଇରାଲ ହେଲା ଇରଫାନଙ୍କ ‘ମକବୁଲ’ ଫିଲ୍ମର ଫଟୋ । ଯାହାକୁ ସେୟାର କରି ବଲିଉଡ ଡେବ୍ୟୁ କରିବା ହିଣ୍ଟ ଦେଲେ ଲାଡଲା ବାବିଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 12, 2021, 9:23 AM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ବଡ ପୁଅ ବାବିଲ ଖାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ପ୍ରାୟତଃ ପିତାଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଅନେକ କଥା କୁହନ୍ତି । ଅନେକଥର ସେ ପିତାଙ୍କ ଇମୋସନାଲ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦୁଃଖି ମଧ୍ୟ କରିସାରିଛନ୍ତି । ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ନୂଆ ପୋଷ୍ଟ ।

ଇରଫାନଙ୍କ ସହ ଅଭିନେତ୍ରୀ ତବ୍ବୁଙ୍କ ଏକ ଫଟୋ ପୋଷ୍ଟ କରି ବାବିଲ ଲେଖିଛନ୍ତି, ‘ମୁଁ ଜାଣେ ଏକ ମିନିଟ୍ ବିତିଯାଇଛି। ଯେତେବେଳେ ମୋର ଅନ୍ଧବିଶ୍ବାସ ମୋତେ ଅନୁମତି ଦିଏ, ମୁଁ ପ୍ରକାଶ କରିବି ଯେ ମୁଁ କାହା ସହିତ ବ୍ୟସ୍ତ ଅଛି, କିନ୍ତୁ କିଛି ଜିନିଷ ଅଛି । ଯେହେତୁ ମୁଁ କୌଣସି ଆନୁଷ୍ଠାନିକ ତାଲିମ ବିନା 8 ବର୍ଷ ଆରମ୍ଭରେ ଭାରତୀୟ ସିନେମାରେ ଅଭିନୟ ଏବଂ ମୋର ଯାତ୍ରା ଆରମ୍ଭ କରିବାକୁ ବହୁତ ଭୟଭୀତ, ତେଣୁ ମୁଁ ପ୍ରାୟତଃ ଏନଏସଡି ଏବଂ ବାବାଙ୍କ ଫଟୋ ଓ ପୂର୍ବ ଫିଲ୍ମ ଦେଖି ମୋର ଚିନ୍ତାକୁ ଶାନ୍ତ କରେ । ତାଙ୍କ ପ୍ରଶଂସକଙ୍କ ପାଇଁ ଏଠାରେ କିଛି ଅଛି ।’ ହେଲେ ସମସ୍ତଙ୍କ ପାଇଁ ସେ କଣ ରଖିଛନ୍ତି ବୋଲି ବାବିଲ ଏଯାବତ ଖୁଲାସା କରିନାହାଁନ୍ତି ।

ତାଙ୍କ ଏପରି କ୍ୟାପସନରୁ ବର୍ତ୍ତମାନ ଫ୍ୟାନ୍ସ ଅନ୍ଦାଜା ଲଗାଉଛନ୍ତି ଯେ ସେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ। ସେହିପରି ନିକଟରେ ମଧ୍ୟ ବଲିଉଡ ଡେବ୍ୟୁ ବିଷୟରେ ସେ ସୋସିଆଲ ମିଡିଆରେ ଜଣାଇଥିଲେ ।

@IANS

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.