ମୁମ୍ବାଇ: ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଅଭିନେତା ରାମଚରଣ COVID 19 ମହାମାରୀର ମୁକାବିଲା ପାଇଁ ସରକାରଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗୁରୁବାର ଅପରାହ୍ନରେ ରାମଚରଣ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ, ‘ପୱନ କଲ୍ୟାଣ ଗୁରୁଙ୍କ ଟ୍ବିଟରୁ ଅନୁପ୍ରାଣିତ ହୋଇ ମୁଁ ଏହି ମୁହୂର୍ତ୍ତରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେନ୍ଦ୍ର ତଥା ରାଜ୍ୟ ପ୍ରତି 70 ଲକ୍ଷ ଟଙ୍କା ଯୋଗଦାନ କରିବାକୁ ଚାହୁଁଛି ।
COVID 19ର ବ୍ୟାପକ ପ୍ରଭାବକୁ ହ୍ରାସ କରିବାରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ କେ.ସି.ଆର ଏବଂ ଜଗନ ମୋହନ ରେଡ୍ଡୀଙ୍କ ଉଦ୍ୟମକୁ ମୁଁ ପ୍ରଶଂସା କରିବାକୁ ଚାହେଁ । ଏନେଇ ଆମେ ସମସ୍ତେ ସେମାନଙ୍କର ନିୟମ ଏବଂ ସୁପାରିଶକୁ କଠୋର ଭାବରେ ପାଳନ କରିବା ଉଚିତ । ଜୟ ହିନ୍ଦ’ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ