ମୁମ୍ବାଇ: ଛୋଟେ ନୱାଜ ସୈଫ ଅଲ୍ଲୀ ଖାନ ଓ ବେବୋ କରୀନା କପୁର ଖାନ ପୁଣିଥରେ ପିତା-ମାତା ହେବାକୁ ଯାଉଛନ୍ତି । ବୁଧବାର କରୀନାଙ୍କ ଗର୍ଭବତୀ କଥା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଫ୍ୟାନ୍ସଙ୍କ ସହ ତାଙ୍କ ପରିବାରର ସଦସ୍ୟ ଖୁସି ନଜର ଆସୁଛନ୍ତି । ଏହାର ସୂଚନା ସୋସିଆଲ ମିଡିଆରେ ସୈଫ ସମସ୍ତଙ୍କୁ ଦେଇଥିଲେ ।
ସେ ଏକ ପୋଷ୍ଟ କରି ଲେଖିଥିଲେ, ‘ପରିବାରରେ ଆଉ ଜଣେ ସଦସ୍ୟ ସମ୍ପୃକ୍ତ ହେବାକୁ ଯାଉଛନ୍ତି । ଆମେ ଦ୍ବିତୀୟ ବେବି ଏକ୍ସପେକ୍ଟ କରୁଛୁ । ସବୁ ପ୍ରଶଂସକଙ୍କୁ ଧନ୍ୟବାଦ । ସ୍ନେହ ଆଉ ସମର୍ଥନ କର।’ ସୈଫଙ୍କ ଏହି ସୂଚନା ପରଠୁ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଦେଇଛନ୍ତି । ତାଙ୍କ ଭଉଣୀ, ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ମଧ୍ୟ ଶୁଭେଚ୍ଛା ଦେଇ କହିଛନ୍ତି ଯେ ‘କ୍ବାଡଫାଦର’ ।
- " class="align-text-top noRightClick twitterSection" data="
">
ହେଲେ ସୋହାଙ୍କ ଏହି ପୋଷ୍ଟରେ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ସୈଫଙ୍କ ବଡ ପୁଅ ଇବ୍ରାହିମ ଅଲ୍ଲୀ ଖାନ । ସେ ସୋହାଙ୍କ ପୋଷ୍ଟରେ କମେଣ୍ଟରେ ଏକ ଫାୟାର ଇମୋଜୀ କରି ଲେଖିଛନ୍ତି, ‘ଅଜବ’ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।