ETV Bharat / sitara

ରାଜମୌଲୀଙ୍କ ‘ଟ୍ରିପଲ ଆର’ରେ ହଲିଉଡର ତିନି କଳାକାର

author img

By

Published : Nov 20, 2019, 8:57 PM IST

ଅଜୟ ଦେବଗନ ଓ ଆଲିୟା ଭଟ୍ଟଙ୍କ ତେଲୁଗୁ ଡେବ୍ୟୁ ଫିଲ୍ମ‘ ଟ୍ରିପଲ ଆର’ରେ ସାମିଲ ହେଲେ ହଲିଉଡର ତିନି ଫେମସ କଳାକାର । ଫିଲ୍ମରେ ପୂର୍ବରୁ ସାମିଲ ଅଛନ୍ତି ଜୁନିୟର ଏନଟିଆର, ରାମ ଚରଣ । 1920 ଶତାଦ୍ଦୀର ପୃଷ୍ଟଭୂମିକୁ ନେଇ ଆଧାରିତ ଏହି ଫିଲ୍ମ ।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଖୁବଶୀଘ୍ର ବି-ଟାଉନର ସିଂଘମ ଅଜୟ ଦେବଗନ ଓ କ୍ୟୁଟ ଆଲିୟା ଭଟ୍ଟ ସାଉଥ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଦୁଇ ଷ୍ଟାର ‘ବାହୁବଳୀ’ ଫେମ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଟ୍ରିପଲ ଆର’ରେ ନଜର ଆସିବେ । ଦୀର୍ଘ ସମୟରୁ ଏହି ଫିଲ୍ମର ସୁଟିଂ ଚାଲିଛି । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ରାଜମୌଲୀଙ୍କ ଏହି ଚର୍ଚ୍ଚିତ ଫିଲ୍ମରେ ହଲିଉଡର ତିନି ଫେମସ କଳାକାର ଏଣ୍ଟ୍ରି କରିଛନ୍ତି । ‘ଟ୍ରିପଲ ଆର’ର 1920 ଶତାଦ୍ଦୀର କାହାଣୀରେ ଅଲିଭିୟା ମୋରିସ, ରଏ ଷ୍ଟେଭେନସନ ଓ ଅଲିସନ ଡୋଡି ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଏହି ତିନି ଷ୍ଟାର ଲୋକପ୍ରିୟ ଅଭିନେତା ଜୁନିୟର ଏନଟି ରାମା ରାଓ, ରାମ ଚରଣ, ଆଲିୟା ଓ ଅଜୟଙ୍କ ଅପୋଜିଟ୍ ଅଭିନୟ କରିବେ ।

ଏହାର ସୂଚନା ଫିଲ୍ମ କ୍ରିଟିକ୍ସ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରେ ଦର୍ଶକଙ୍କୁ ଦେଇଛନ୍ତି । ଫିଲ୍ମରେ ଷ୍ଟେଭିନସନ ଓ ଡୋଡି ମୁଖ୍ୟ ଭୂମିକା ସ୍କଟ ଏବଂ ଲେଡି ସ୍କଟରେ ଅଭିନୟ କରିବେ । ସେହିପରି ମୋରିସ ଫିଲ୍ମରେ ଜେନିଫେର ଭୂମିକାର ଦେଖାଯିବେ । ପ୍ରକାଶ ଥାଉକି ଆସନ୍ତା ବର୍ଷ ‘ଟ୍ରିପଲ ଆର’ ଫିଲ୍ମଟି ଜୁଲାଇ 20ରେ 10 ଭାଷାରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.