ମୁମ୍ବାଇ: ଭାଗ୍ୟର ଖେଳ ମଧ୍ୟ ଅଜିବ । କେତେବେଳେ କାହାକୁ ତଳେ ପକାଇ ଦିଏ ତ ଆଉ କେତେବେଳେ କାହାକୁ ରାଜ ଗଦିରେ ବସାଇଦିଅ । ଏପରି କିଛି ଘଟିଛି ଜଣେ ଷ୍ଟେସନ ଗାୟିକାଙ୍କ ସହ । ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଛାଇ ଯାଇଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ପ୍ରଶଂସା ଏବେ ସବୁଆଡେ ଦେଖିବାକୁ ମିଳୁଛି ।
ଏବେ ତାଙ୍କ ଲକି ଚାର୍ମ ସାଜିଛନ୍ତି ବଲିଉଡର ଫେମସ ସଙ୍ଗୀତକାର ହିମେଶ ରେଶମିୟା । ତାଙ୍କ ଆଗାମୀ ଫିଲ୍ମରେ ଗୀତ ଗାଇବା ପାଇଁ ସେ ରାନୁଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାସହ ରାନୁ ରିୟାଲିଟି ଶୋ ‘ସୁପରଷ୍ଟାର ସିଙ୍ଗର’ ଶୋରେ ମଧ୍ୟ ନଜର ଆସିବେ । ଏହି ଅବସରରେ ରାନୁ ହିମେଶ ଏବଂ ଅନ୍ୟ ଜଜଙ୍କ ସହ ଶୋରେ ଭାଗ ନେଇଥିବା ପିଲାଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି । '
ଏହାର ସୂଚନା ଦେଇ ହିମେଶ କହିଥିଲେ କି ସଲମାନ ଖାନଙ୍କ ପିତା ସଲିମ ଖାନ ଏକଦା ତାଙ୍କୁ ପରାର୍ମଶ ଦେଇଥିଲେ । ଯଦି ତୁମେ କେବେ କୌଣସି ପ୍ରତିଭାଶାଳୀ ବ୍ୟକ୍ତି ସହ ସାକ୍ଷାତ ହେଉଛ ତେବେ ତାଙ୍କୁ କେବେ ଯିବାକୁ ଦେବନାହିଁ ।
ଆଉ ସେହି ବ୍ୟକ୍ତିକୁ ତା ପ୍ରତିଭା ଜରିଆରେ ଆଗକୁ ବଢିବାକୁ ସହଯୋଗ କରିବ । ଆଉ ରାନୁ ଏମିତି ଜଣେ ଦକ୍ଷତାଶାଳୀ ମହିଳା ଯାହାଙ୍କ ପାଖରେ ଦକ୍ଷତା ରହିଅଛି ହେଲେ ସୁଯୋଗ ନଥିଲା । ତାଙ୍କ କଣ୍ଠ ବହୁତ ସୁନ୍ଦର ଯାହାକୁ ଦୁନିଆ ସାମ୍ନାକୁ ଆଣିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ହିମେଶ ।