ମୁମ୍ବାଇ: ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ୍ ଅଦାକାର ମଧ୍ୟରେ ଅନ୍ୟତମ ମନ୍ଦିରା ବେଦୀ। ଆଜି ମନ୍ଦିରା 47 ବର୍ଷରେ ପାଦ ଥାପିଛନ୍ତି । କିନ୍ତୁ ଆଜି ମଧ୍ୟ ମନ୍ଦିରା ଏତେ ଫିଟ୍ ଅଛନ୍ତି ଯେ କେହି ମଧ୍ୟ ତାଙ୍କୁ ଦେଖି ତାଙ୍କ ବୟସର ଅନ୍ଦାଜ ଲଗାଇପାରିବେ ନାହିଁ । ଟିଭି ସିରିୟଲ 'ଶାନ୍ତି'ରୁ ଘରେ ଘରେ ଫେମସ ହୋଇଥିବା ମନ୍ଦିରା ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘ ସମୟରୁ ରହିଆସୁଛନ୍ତି । ଯେଉଁଠାରେ ସେ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣିଥିଲେ, ସେହିଠାରେ ସେ ଖେଳ ଜଗତରେ ହୋଷ୍ଟ ରୂପେ କାମ କରି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲେ ।
ଜଣାଇ ଦେଉଛୁ ଯେ ମନ୍ଦିରା ଜଣେ ପୁଅର ମା' ମଧ୍ୟ । ଏହି ଅବସ୍ଥାରେ ସେ ଖୁବ୍ ଫିଟ୍ ଏବଂ ଆକ୍ଟିଭ ଅଛନ୍ତି । ସୋସିଆଲ ମିଡିଆରେ ମନ୍ଦିରା ପ୍ରାୟତଃ ସବୁବେଳେ ନିଜର ହଟ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ନଜର ଆସିଥାଆନ୍ତି । ଗତ ବର୍ଷ ମନ୍ଦିରା 'ଭୋଡକା ଡାୟରୀଜ' ଫିଲ୍ମ ପାଇଁ ଚର୍ଚ୍ଚାରେ ଆସିଥିଲେ ।
ଅଭିନୟ ସହ ମନ୍ଦିରା ଜଣେ ଫ୍ୟାଶନ ଡିଜାଇନର, ମଡେଲ ଏବଂ ଟିଭି ପ୍ରେଜେଣ୍ଟର ରୂପେ ଜଣାଶୁଣା । ମଡର୍ଣ୍ଣ ହେଉ କିମ୍ବା ଟ୍ରାଡିଶନାଲ ସବୁ ଲୁକରେ ସେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥାଆନ୍ତି ।
ପ୍ରକାଶ ଥାଉକି ଅନେକ ଥର ୟୁଜର୍ସ ତାଙ୍କ ଫଟୋରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରନ୍ତି । ଯେବେ ସେ ଛୋଟ ଡ୍ରେସରେ ଫଟୋ ସେୟାର କରନ୍ତି, ତେବେ ସେ ଟ୍ରୋଲିଂର ଶିକାର ହୋଇଯାଆନ୍ତି । ମନ୍ଦିରାଙ୍କ ସବୁଠାରୁ ଭଲ ଗୁଣ ହେଲା କି ସେ କେବେ ମଧ୍ୟ ୟୁଜର୍ସଙ୍କ ଖରାପ କମେଣ୍ଟକୁ ଖାତିର କରନ୍ତି ନାହିଁ ।
ଯଦି ତାଙ୍କ ୱର୍କଫ୍ରଣ୍ଟ ବିଷୟରେ କଥା ହେବା, ତେବେ ସେ ଖୁବ୍ ଶୀଘ୍ର 'ସାହୋ' ଫିଲ୍ମରେ ନଜର ଆସିବେ । 'ସାହୋ' ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ 'ବାହୁବଳୀ' ପ୍ରଭାସ ଓ ସ୍ତ୍ରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ।