ETV Bharat / sitara

ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକାକୁ ଅନୁରୋଧ କଲେ ପ୍ରିୟଙ୍କା - ଦେଶୀରେ କୋରୋନାର ତାଣ୍ଡବ

ଭାଇରାଲ ହେଲା ପ୍ରିୟଙ୍କାଙ୍କ ନୂଆ ଟ୍ବିଟ। ଏଥର ସେ ନିରାଶ ହୋଇ ଆମେରିକାକୁ ନିଜ ଦେଶ ପାଇଁ ସାହାଯ୍ୟ ଲୋଡିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 27, 2021, 11:48 AM IST

ମୁମ୍ବାଇ: ଦେଶୀରେ କୋରୋନାର ତାଣ୍ଡବ ଦେଖି ନିରାଶ ହୋଇପଡିଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଆମେରିକାର ଅନ୍ୟ ସରକାରୀ କର୍ମଚାରୀଙ୍କ ସହ କୋରୋନା ବିରୋଧରେ ଲଢୁଥିବା ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଭାରତରେ ବର୍ତ୍ତମାନର ପରିସ୍ଥିତି ଦେଖି ମୋ ହୃଦୟ କାନ୍ଦୁଛି । ଭାରତ କୋରୋନା ସହ ପ୍ରତିଦିନ ଲଢୁଛି । ଆମେରିକା ଆବଶ୍ୟକ ଠାରୁ ଅଧିକ 550 ମିଲିୟନ ଟିକା ଅର୍ଡର କରିଛି । AstraZeneca ପୁରା ଦୁନିଆରେ ବାଣ୍ଟିବା ପାଇଁ ଆପଣଙ୍କୁ ଧନ୍ୟବାଦ । ହେଲେ ମୋ ଦେଶର ସ୍ଥିତି ଗମ୍ଭୀର । ଆପଣ ତୁରନ୍ତ ଟିକା ଭାରତକୁ ପଠାଇ ପାରିବ କି?’

  • My heart breaks. India is suffering from COVID19 & the US has ordered 550M more vaccines than needed @POTUS @WHCOS @SecBlinken @JakeSullivan46 Thx for sharing AstraZeneca worldwide, but the situation in my country is critical. Will you urgently share vaccines w/ India? #vaxlive

    — PRIYANKA (@priyankachopra) April 26, 2021 " class="align-text-top noRightClick twitterSection" data=" ">

ଏହି ଟ୍ବିଟକୁ ସେ ଆମେରିକାର ରାଷ୍ଟ୍ରପତିଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି । ପ୍ରକାଶ ଥାଉକି ବର୍ତ୍ତମାନ ସ୍ବାମୀ ତଥା ଆମେରିକାର ପପୁଲାର ପପ ସିଙ୍ଗର ନିକ ଜୋନସଙ୍କ ସହ ନ୍ୟୁୟର୍କରେ ଅଛନ୍ତି ପ୍ରିୟଙ୍କା । ଶେଷଥର ତାଙ୍କୁ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଫିଲ୍ମ ‘ଦ ହ୍ବାଇଟ ଟାଇଗର’ରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.