ନୂଆଦିଲ୍ଲୀ: ବଲିଉଡ କିଙ୍ଗଖାନ ଶାହରୁଖ ଖାନଙ୍କ ପତ୍ନୀ ତଥା ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ ଆଜିକାଲି ପୁରୁଣା ସୃତି ଗୁଡିକୁ ସାଉଁଟୁଛନ୍ତି । ନିକଟରେ ଗୌରୀ ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ 2007ର ଏକ ପୁରୁଣା ଫଟୋ ପୋଷ୍ଟ କରି ତାଙ୍କର ଫ୍ୟାଶନ୍ ସେନ୍ସ କୁ ମନେ ପକାଇଛନ୍ତି ।
ଏହି ଫଟୋରେ, ଗୌରୀ ଏକ ପ୍ରିଣ୍ଟେଡ ବ୍ଲ୍ୟୁ ସ୍କର୍ଟ ଏବଂ ଗ୍ରେ ଟପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ।
ଫଟୋ ସେୟାର କରି କ୍ୟାପସନରେ ଗୌରୀ ଲେଖିଛନ୍ତି, 'ଓଃ !!! ମୋର ଏହି ଲୁକ୍ ମନେ ଅଛି । ଷ୍ଟାଇଲ 2007 । ମୁଁ ଏହାକୁ ବହୁତ ଭଲ ପାଏ ।
- " class="align-text-top noRightClick twitterSection" data="
">
ଗୌରୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର କେତେକ ପ୍ରଶଂସକମାନେ ଗୌରୀଙ୍କ ଲୁକ୍ ସେୟାର କରିଥିବାବେଳେ କେତେକ ଶାହାରୁଖଙ୍କ ସହ ଗୌରୀଙ୍କ ଲୁକର ଫଟୋ ସେୟାର କରିଛନ୍ତି ।
ଏହା ବ୍ୟତୀତ ଗୌରୀ କିଛି ଦିନ ପୂର୍ବରୁ ତାଙ୍କ ଥ୍ରୋ ବ୍ୟାକ୍ ଫଟୋ ସେୟାର କରିଥିଲେ ।
- " class="align-text-top noRightClick twitterSection" data="
">
ଗୌରୀ ଏବେ ତାଙ୍କ ପରିବାର ସହିତ ଦୁବାଇରେ ଅଛନ୍ତି । ଖାନ ପରିବାର ଆଇପିଏଲରେ ସେମାନଙ୍କ ଟିମ କୋଲକାତା ନାଇଟ୍ ରାଇଡର୍ସକୁ ସମର୍ଥନ କରିବାକୁ ଏବଂ ଛୁଟି କାଟିବାକୁ ଯାଇଛନ୍ତି ।
ପ୍ରକାଶ ଥାଉ ଯେ, ନିକଟରେ ଶାହରୁଖ ଦୁବାଇରେ ମଧ୍ୟ ତାଙ୍କ ଜନ୍ମଦିନ ପାଳନ କରିଥିଲେ ।