ETV Bharat / sitara

ବଦଳିବ ଗଙ୍ଗୁବାଇ ସିନେମା ନାମ ! ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

author img

By

Published : Feb 24, 2022, 6:50 AM IST

ରିଲିଜର ଦିନକୁ ପୂର୍ବରୁ ଗଙ୍ଗୁବାଇ କାଠିୱାଡ଼ି କଳାକାରଙ୍କୁ ଝଟକା । ବହୁ ବିବାଦ ପରେ ଚଳଚ୍ଚିତ୍ର ନାମ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ । ଅଧିକ ପଢନ୍ତୁ

ବଦଳିବ ଗଙ୍ଗୁବାଈ ସିନେମା ନାମ ! ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟଳୟରେ ପହଞ୍ଚିଲା ଚର୍ଚ୍ଚିତ ବଲିଉଡ ମୁଭି ଗଙ୍ଗୁବାଇ କାଠିୱାଡି । ବହୁ ବିବାଦ ପରେ ଚଳଚ୍ଚିତ୍ର ନାମ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ । ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ବଂଶାଲୀଙ୍କୁ ସିନେମାର ନାମ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ଦିନକ ପରେ ଅର୍ଥାତ୍ ଶୁକ୍ରବାର ରିଲିଜ ହୋଇଥାନ୍ତା ଟ୍ରେଲର ଏବଂ ଟିଜରକୁ ନେଇ ଚର୍ଚ୍ଚିତ ସିନେମା ‘ଗଙ୍ଗୁବାଇ କାଠିୱାଡ଼ି’ । ମାତ୍ର କାହାଣୀର ଚରିତ୍ରକୁ ନେଇ ସୃଷ୍ଟି ହୋଇଛି ବିବାଦ । ପୂର୍ବରୁ ସିନେମାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ରାଜନେତା ମଧ୍ୟ ଏହାକୁ ବିରୋଧ କରିଥିଲେ । ତେବେ ଗଙ୍ଗୁବାଇଙ୍କୁ ରୂପଜୀବୀ ଚରିତ୍ରରେ ଚିତ୍ରିତକୁ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା କଡା ବିରୋଧ କରିବା ସହ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ।

ଗଙ୍ଗୁବାଇ ଜଣେ ସାମାଜିକ କର୍ମୀ ଥିଲେ, ମାତ୍ର ତାଙ୍କୁ ରୂପଜୀବୀ ଭାବରେ ଚିତ୍ରିତ କରାଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା । ଫିଲ୍ମର ରିଲିଜ ଡେଟକୁ ସ୍ଥଗିତ ରଖିବା ପାଇଁ ବାବୁ ରାଓଜୀ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ବମ୍ବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବୁବୁ ରାଓଜୀ ।

ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଚଳଚ୍ଚିତ୍ରର ନାମ ପରିବର୍ତ୍ତନ ପାଇଁ ନିର୍ମାତା ସଞ୍ଜୟ ଲୀଲା ବଂଶାଲୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଯଦି ଏହି ସିନେମାର ନାମ ପରିବର୍ତ୍ତନ ହୁଏ, ତେବେ ଏହା ବଂଶାଲୀଙ୍କ ଟାଇଟଲ ପରିବର୍ତ୍ତନର ତୃତୀୟ ମୁଭି ହେବ । ଏହା ପୂର୍ବରୁ ବଂଶାଲୀ ଗଲିୟୋଁ କା ରାସଲୀଲା ରାମଲୀଲା ଏବଂ ପଦ୍ମାବତ ନାମ ପରିବର୍ତ୍ତନ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.