ETV Bharat / sitara

ରାମ୍ପ ୱାକରେ ବି ଝଲସିଥିଲା ସୈଫିନାଙ୍କ ପ୍ରେମ - Saif ali khan

ନିଜ ଇନଷ୍ଟାଗ୍ରାମରେ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ମନୀଷ । 2009ରେ ପଟୌଦି ଖାନଦାନର ନୱାବ ଓ ବେବୋ ନୂଆଦିଲ୍ଲୀର ଏହି ରାମ୍ପ ଶୋରେ ପ୍ରଥମ ଥର ଏକାଠି ଚାଲିଥିଲେ । ଅଧିକ ପଢନ୍ତୁ...

ରାମ୍ପ ୱାକରେ ବି ଝଲସିଥିଲା ସୈଫିନାଙ୍କ ପ୍ରେମ
ରାମ୍ପ ୱାକରେ ବି ଝଲସିଥିଲା ସୈଫିନାଙ୍କ ପ୍ରେମ
author img

By

Published : May 7, 2020, 12:46 AM IST

ମୁମ୍ବାଇ: ବଲିଉଡର ହଟ କପଲ ସୈଫ ଅଲ୍ଲୀ ଖାନ ଓ କରୀନା କପୁର ଖାନଙ୍କ ଲଭଷ୍ଟୋରୀ କାହାକୁ ଅଛପା । 2008ରେ ଫିଲ୍ମ ଟସନରୁ ଆରମ୍ଭ ହୋଇଥିଲା ଏମାନଙ୍କ କାହାଣୀ । 4 ବର୍ଷ ଡେଟିଂ ପରେ 2012ରେ ଏହା ବିବାହରେ ପରିଣତ ହୋଇଥିଲା । ଫ୍ୟାନ୍ସ ଉଭୟଙ୍କ ନାମ ଦେଇଥିଲେ ସୈଫିନା । ତେବେ ଡେଟିଂବେଳେ ଉଭୟଙ୍କ ପ୍ରେମ କାହାଣୀର ସ୍ମୃତିଚାରଣ କରିଛନ୍ତି ଡିଜାଇନର ମନୀଷ ମଲହୋତ୍ରା ।

ନିଜ ଇନଷ୍ଟାଗ୍ରାମରେ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ମନୀଷ । 2009ରେ ପଟୌଦି ଖାନଦାନର ନୱାବ ଓ ବେବୋ ନୂଆଦିଲ୍ଲୀର ଏହି ରାମ୍ପ ଶୋରେ ପ୍ରଥମ ଥର ଏକାଠି ଚାଲିଥିଲେ । ସେତେବେଳେ ଉଭୟ ପରସ୍ପରକୁ ଡେଟିଂ କରୁଥିଲେ । ମୁମ୍ବାଇରେ ହେବାକୁ ଥିବା ଏହି ଶୋ ପରେ ନୂଆଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା ।

ତେବେ ରାମ୍ପ ଶୋଟି ଏକ ଗ୍ରାଣ୍ଡ ଶୋରେ ପରିଣତ ହୋଇଥିଲା । ଏଥିରେ 50 ଜଣ ସୁପର ମଡେଲ ରାମ୍ପ ୱାକ କରିଥିଲେ । ତେବେ ସବୁଠାରୁ ଅଧିକ ଝଲସିଥିଲା ସୈଫିନାଙ୍କ ଲୁକ ଓ ପ୍ରେମ । ଉଭୟ ଏକାଠି ହାତ ଧରି ଆସିଥିଲେ । ସେମାନଙ୍କା ୱାକ ସୁନ୍ଦରତା ଓ ଆକର୍ଷଣୀୟ ଥିଲା ବୋଲି ମନୀଷ କହିଛନ୍ତି ।

ରାମ୍ପ ଶୋରେ ଚାରଚାନ୍ଦ ଲଗାଇଥିଲେ ଏହି ଲଭ ବାର୍ଡସ । ସେ ସମୟରେ ଏହା ମନୀଷଙ୍କ ସବୁଠାରୁ ବଡ ଶୋ ଥିଲା । ସୈଫିନାଙ୍କ ଲଭଷ୍ଟୋରୀ ଏହି ଶୋରୁ ଅଧିକ ଦୃଢ ଓ ଗାଢ ହୋଇଥିଲା ବୋଲି ମନୀଷ ଲେଖିଛନ୍ତି । ଉଭୟଙ୍କ ପ୍ରେମ କେତେ ନିବିଡ ଥିଲା ତାହା ସେମାନଙ୍କ ୱାକ କହୁଥିଲା ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.