ETV Bharat / sitara

ଆସିଲା 'ଖାନଦାନୀ ସଫାଖାନ'ର ଦୁଇଟି ପୋଷ୍ଟର

ଆସନ୍ତା କାଲି ରିଲିଜ ହେବ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ 'ଖାନଦାନୀ ସଫାଖାନ'ର ଟ୍ରେଲର । ଆଜି ରିଲିଜ ହୋଇଯାଇଛି ଫିଲ୍ମର ଦୁଇଟି ପୋଷ୍ଟର ।

author img

By

Published : Jun 20, 2019, 7:02 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଫିଲ୍ମ 'ଖାନଦାନୀ ସଫାଖାନା'ରେ ନଜର ଆସିବେ । ଯାହାର ଦୁଇଟି ପୋଷ୍ଟର ରିଲିଜ ହୋଇଯାଇଛି । ଫ୍ୟାନ୍ସଙ୍କ ପାଇଁ ସୋନାକ୍ଷୀ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଅନ୍ୟପଟେ ଏହି ଫିଲ୍ମରେ ରାପର ବାଦଶାହ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।

ପୋଷ୍ଟର ସେୟାର କରି ସୋନାକ୍ଷୀ ଲେଖିଛନ୍ତି, "ମୁଁ ଯେତେ କହିବି ଲୋକଙ୍କୁ ସେତେ ଲଜ୍ୟା ଲାଗିବ ।" ଫିଲ୍ମର ଟ୍ରେଲର ଆସନ୍ତା କାଲି ରିଲିଜ କରାଯିବ ।

ଜଣାଇ ଦେଉଛୁ ଯେ 'ଖାନଦାନୀ ସଫାଖାନା' ଏକ କମେଡି ଡ୍ରାମା ଫିଲ୍ମ । ଫିଲ୍ମରେ ସୋନାକ୍ଷୀ, ବେବି ବେଦିଙ୍କ ଭୂମିକାରେ ନଜର ଆସିବେ । ଯିଏ ପଞ୍ଜାବର ହୋଶିୟାରପୁରସ୍ଥିତ ଏକ ସେକ୍ସ କ୍ଲିନିକରେ କାମ କରୁଛନ୍ତି ।

ଅନ୍ୟପଟେ ରାପର ବାଦଶାହ ମଧ୍ୟ ନିଜ ଇନଷ୍ଟାଷ୍ଟୋରୀରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଏହାସହ ଲେଖିଛନ୍ତି, "ମୋର ପ୍ରଥମ ଫିଲ୍ମ ୱିଥ ସମ ଆମେଜିଂ ପିପଲ ।" ଫିଲ୍ମରେ ସେ ରାପର ଗାୟକ ଭୂମିକାରେ ହିଁ ନଜର ଆସିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.