ETV Bharat / sitara

ଶେଖରଙ୍କ ପ୍ରଶଂସାରେ ରାମଗୋପାଲ

ଫିଲ୍ମ ମେକର ଶେଖର କପୁର କହିଛନ୍ତି କି ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ବ୍ୟାଣ୍ଡିଟ କୁଇନ' ତାଙ୍କର ସବୁଠାରୁ ଭଲ ଫିଲ୍ମ ଥିଲା । କାରଣ 1994ରେ ଆସିଥିବା ଏହି ଫିଲ୍ମଟି ଅନ୍ତଦୃଷ୍ଟିରୁ ସୁଟ କରାଯାଇଥିଲା ।

author img

By

Published : Apr 25, 2019, 8:46 PM IST

ଡିଜାଇନ ଫଟୋ

:ନୂଆଦିଲ୍ଲୀ: ପପୁଲାର ଫିଲ୍ମ ନିର୍ମାତା ଶେଖର କପୁର ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ । ସେ କହିଛନ୍ତି କି ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ବ୍ୟାଣ୍ଡିଟ କୁଇନ' ତାଙ୍କର ସବୁଠାରୁ ଭଲ ଫିଲ୍ମ ହୋଇଥିଲା । କାରଣ 1994ରେ ରିଲିଜ ହୋଇଥିବା ଏହି ଫିଲ୍ମ ସମ୍ପୂର୍ଣ୍ଣ ରୂପେ ଅନ୍ତଦୃଷ୍ଟିରୁ ସେ ତିଆରି କରାଥିଲେ ।

ବୁଧବାର ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା, ଶେଖରଙ୍କ ଏହି ଫିଲ୍ମର ପ୍ରଶଂସା କରିଥିଲେ । ଫିଲ୍ମର ପୃଷ୍ଠଭୂମି ଫୁଲନ ଦେବୀଙ୍କ ଜୀବନ ଉପରେ ଆଧାରିତ ହୋଇଥିଲା ।

ରାମଗୋପାଲ ଟ୍ବିଟ କରି ଲେଖିଥିଲେ, "ଶେଖର ଯେବେଠାରୁ ତୁମର ଫିଲ୍ମ ବ୍ୟାଣ୍ଡିଟ କୁଇନ ରିଲିଜ ହୋଇଛି, ମୁଁ ଫିଲ୍ମକୁ ଅନେକ ଥର ଦେଖିସାରିଲେଣି ।" ସବୁଥର ଫିଲ୍ମଟି ମତେ ଶାନଦାର ଲାଗୁଛି । କିନ୍ତୁ ଯେବେ ବି ଫିଲ୍ମକୁ ଦେଖୁଛି ଫିଲ୍ମଟି ଆହୁରି ଅଧିକ ଭଲ ଲାଗୁଛି । ଦୁଇଟି ଫିଲ୍ମ ଏମିତି ଅଛି ଯାହା ମତେ ଆଜି ପର୍ଯ୍ୟନ୍ତ ଭଲ ଲାଗିଆସୁଛି । ଗୋଟିଏ ହେଲା 'ଗଡଫାଦର' ଏବଂ 'ବ୍ୟାଣ୍ଡିଟ' କୁଇନ ।"

ରାମଗୋପାଲଙ୍କ ଏହି ଟ୍ବିଟ ପରେ ଜବାବ ଦେଇ ଶେଖର ଲେଖିଛନ୍ତି, "ଧନ୍ୟବାଦ, ଫିଲ୍ମକୁ ନେଇ ଆପଣ ଯାହା କିଛି କହିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । ମୁଁ ମଧ୍ୟ ମାନୁଛି କି ଏହି ଫିଲ୍ମ ମୋର ସର୍ବଶ୍ରେଷ୍ଠ ଫିଲ୍ମ । ଯାହାକୁ ପୁରା ମନଧ୍ୟାନ ଦେଇ ନିର୍ମାଣ କରିଥିଲି । ଆଶା କରୁଛି ଏହି ଫିଲ୍ମ ପରି ଭବିଷ୍ୟତରେ ଆଉ ଏକ ଫିଲ୍ମ ତିଆରି କରିବି ।"

ପ୍ରକାଶ ଥାଉକି ରୀମା ବିଶ୍ବାସ ଓ ନିର୍ମଲ ପାଣ୍ଡେ ଦ୍ବାରା ଅଭିନୀତ ଫିଲ୍ମ 'ବ୍ୟାଣ୍ଡଟ କୁଇନ' ସର୍ବଶ୍ରେଷ୍ଠ ଫିଲ୍ମ ପାଇଁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ଜିତିଥିଲା । ଏହାସହ1994ରେ ଫିଲ୍ମଟିକୁ କାନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.