ମୁମ୍ବାଇ: ନିର୍ମାତା ସୁବାଷ ଘାଇ ଓ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ମଧ୍ୟରେ ଏବେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ସୁବାଷଙ୍କ ବିରୁଦ୍ଧରେ ମହିମା ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ଖାଲି ଏତିକି ନୁହେଁ ସେ କହିଥିଲେ ଯେ ସୁବାଷ ସବୁ ନିର୍ମାତାଙ୍କୁ ଫୋନ କରି ତାଙ୍କ ସହ କାମ କରିବାକୁ ମଧ୍ୟ ମନା କରିଦେଇଥିଲେ । ଏହି ଅଭିଯୋଗ ଉପରେ ସୁବାଷ ଏବେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ।
ସେ ଏକ ସାକ୍ଷାତକାରରେ କହିଥିଲେ, ‘ଏହି ଖବର ମୁଁ ପଢି ଆଶ୍ଚର୍ଯ୍ୟ ହୋଇଯାଇଛି । କାରଣ ମହିମାଙ୍କ ସହ ଏବେ ବି ମୁଁ ଭଲ ବନ୍ଧୁ ପରି । ଆମେ ଦୁଇଜଣ ମେସେଜରେ ପ୍ରାୟତଃ କଥାବାର୍ତ୍ତା ହେଉ । ଫୋନ ଦ୍ବାରା ଆମେ ପରସ୍ପର ସମ୍ପର୍କରେ ଅଛୁ । 1997ରେ ପରଦେଶୀ ରିଲିଜ ହେବା ପରେ ଆମ ଦୁଇଜଣଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହେବା ସହ ମହିମାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା । ଆମ ମଧ୍ୟରେ କାମକୁ ନେଇ ହୋଇଥିବା ବୁଝାମଣା ବିଷୟରେ ବାହାର ଆଲୋଚନା କରିବା ପାଇଁ ମୋ କମ୍ପାନୀ ତରଫରୁ ମହିମାଙ୍କୁ ଏହାର କାରଣ ଦର୍ଶାଇବା ପାଇଁ ଏକ ନୋଟିସ୍ ପଠାଯାଇଥିଲା । ଏହାପରେ ମୁଁ ମୁକ୍ତା ଆଟ୍ସ ବ୍ୟାନରୁ ତାଙ୍କ କଣ୍ଟ୍ରାକ୍ଟ ଶେଷ କରିଦେଇଥିଲି । ତିନି ବର୍ଷ ପରେ ସେ ନିଜ ପରିବାର ସହ ମୋ ପାଖକୁ ଆସି କ୍ଷମା ମାଗିଥିଲେ । ଏହାପରେ ସବୁ ମାମଲା ଠିକ୍ ହୋଇଯାଇଥିଲା । ଆମେ ପୁଣିଥରେ ବନ୍ଧୁ ସାଜିଥିଲେ । ଆଜି ପର୍ଯ୍ୟନ୍ତ ମଧ୍ୟ ଆମେ ପରସ୍ପରର ଭଲ ବନ୍ଧୁ ରୂପେ ଅଛୁ । ହେଲେ ମିଡିଆ ଏହି ଖବରକୁ ଅଧିକ ମସଲା ଦେଇ ପ୍ରକାଶିତ କରିଛି। ଯାହା ଆଦୌ ଠିକ୍ କଥା ନୁହେଁ।’
ପ୍ରକାଶ ଥାଉକି ‘ପରଦେଶ’ରେ ମହିମାଙ୍କ ସୁପରଷ୍ଟାର ଶାହରୁଖ ଖାନ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଶାନଦାର କଲେକ୍ସନ କରିବା ସହ ସମସ୍ତଙ୍କ ମନ ମଧ୍ୟ କିଣିଥିଲା ।