ETV Bharat / sitara

‘ସୂର୍ଯ୍ୟବଂଶୀ’ରୁ ହଟିନି କରନଙ୍କ ନାମ, ଖୁଲାସା କଲେ ତରଣ

କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା ଯେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରଯୋଜନା ଲିଷ୍ଟରୁ କରନଙ୍କ ନାମ ହଟିବା କଥା । ହେଲେ ଏହା ଉପରେ ଏବେ ଫୁଲଷ୍ଟଫ ଲଗାଇଛନ୍ତି ତରଣ ଆଦର୍ଶ ।

author img

By

Published : Jul 2, 2020, 12:51 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଫେମସ ନିର୍ମାତା କରନ ଜୋହରଙ୍କ ଉପରେ ଅନେକ ଲୋକ ପରିବାରବାଦ, ଗୋଷ୍ଠୀବାଦ ଅଭିଯୋଗ ଆଣିଛନ୍ତି । ତାଙ୍କୁ ବାରମ୍ବାର ଟ୍ରୋଲ ମଧ୍ୟ କରାଯାଉଛି । କିଛି ଦିନ ହେବ ଖବର ଶୁଣିବାକୁ ମିଳୁଛି ଯେ କରନଙ୍କ ବିରୋଧରେ ଏହି ଅଭିଯୋଗ ଲାଗିବା ପରେ ଅକ୍ଷୟ କୁମାରଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରଯୋଜକ ତାଲିକାରୁ ତାଙ୍କ ନାମ ହଟାଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରକୃତ କଥା...

  • " class="align-text-top noRightClick twitterSection" data="">

କରନ ‘ସୂର୍ଯ୍ୟବଂଶୀ’ ଫିଲ୍ମର ପ୍ରଯୋଜକ । ସେହିପରି ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ । ଚର୍ଚ୍ଚା ଜୋର ଧରିଛି ଯେ ରୋହିତଙ୍କ ଏହି ଫିଲ୍ମରୁ କରନଙ୍କ ନାମ ହଟାଯାଇଛି । ହେଲେ ଇତିମଧ୍ୟରେ ପ୍ରକୃତ କଥା ସାମ୍ନାକୁ ଆସିଯାଇଛି ।

ନୂଆ ରିପୋର୍ଟ ଅନୁଯାୟୀ ପ୍ରଯୋଜକ ତାଲିକାରୁ କରନଙ୍କ ନାମ ହଟିନାହିଁ । ଏହାର ସୂଚନା ଫେମସ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଖବର ଶୁଣିବାକୁ ମିଳୁଛି ଯେ କରନଙ୍କ ନାମ ସୂର୍ଯ୍ୟବଂଶୀ ଫିଲ୍ମରୁ ହଟାଯିବ । ଯାହା ସମ୍ପୂର୍ଣ୍ଣ ମିଛ କଥା । ଏହି ଖବରକୁ ସ୍ପଷ୍ଟ କରିଛି ରିଲାଅନ୍ସ ଏଣ୍ଟରଟେନମେଣ୍ଟ ।’

ପ୍ରକାଶ ଥାଉକି ନିକଟରେ ଏହି ଆକ୍ସନ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଥିଲା । ଏବର୍ଷ ଦୀପାବଳିରେ ଅକ୍ଷୟଙ୍କ ଆକ୍ସନ ସିନେମାହଲରେ ଦେଖିବେ ଦର୍ଶକ । ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ପୁଣିଥରେ ଅକ୍ଷୟ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.