ମୁମ୍ବାଇ: କିଙ୍ଗଖାନ ଶାହରୁଖ ଖାନ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ସେ ଫିଲ୍ମକୁ ନେଇ ନୁହେଁ ବରଂ ଗୋଟିଏ ଶୋର ପ୍ରତିଯୋଗୀଙ୍କ ପାଇଁ । ଯାହାର ପ୍ରୋମୋ ଭିଡିଓ ନିକଟରେ ଜାରି କରାଯାଇଥିଲା । ପ୍ରତିଯୋଗୀ ଭାବେ ଶୋରେ ଭାଗ ନେଇଥିବା ଜଣେ ଝିଅଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରାଯାଇଥିଲା । । କିନ୍ତୁ ତାଙ୍କ ଜବାବ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ପ୍ରଶ୍ନ କରାଯାଇଥିଲା ଯେ ସେ ବିବାହ କଲେ କିପରି ସ୍ବାମୀ ଚାହିଁବେ ? ସେ ସଙ୍ଗେ ସଙ୍ଗେ କହିଥିଲେ ଶାହରୁଖ ଖାନଙ୍କ ଭଳି ।
ଏହାସହ ସେ ଆଉ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ସମସ୍ତଙ୍କ ସହ ସେୟାର କରିଥିଲେ । ତାଙ୍କ ମା' ମଧ୍ୟ ଶାହରୁଖଙ୍କ ବଡ ଫ୍ୟାନ । କଥାଟି ସେତିକି ବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେବେ ସେ କହିଥିଲେ କି ଶାହରୁଖ ତାଙ୍କ ମା'ଙ୍କ ସ୍ବାମୀ ଆଉ ତାଙ୍କ ପିତା ।
ଏହାପରେ ଶୋରେ ଉପସ୍ଥିତ ଥିବା ସବୁ ଦର୍ଶକଙ୍କ ଉତ୍ସାହ ବଢିଯାଇଥିଲା ବାସ୍ତବ କଥା ଜାଣିବାକୁ। ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କିପରି ଶାହରୁଖ ତାଙ୍କ ମା'ଙ୍କ ସ୍ବାମୀ । ଆଉ ସେ କହିଥିଲେ ତାଙ୍କ ମା'ଙ୍କ ନାମ ଗୌରୀ । ଏହି କାରଣ ପାଇଁ ତାଙ୍କ ମା' ଶାହରୁଖଙ୍କୁ ନିଜ ସ୍ବାମୀ ମାନୁଛନ୍ତି । ଏହାପରେ ସମସ୍ତେ ଖୁବ୍ ଜୋରରେ ହସିଥିଲେ ।