ETV Bharat / sitara

ଦେବଦାସ ପରେ ପୁଣି ଜମିବ ଶାହରୁଖ-ଭଂସାଲୀ ଯୋଡି !

author img

By

Published : May 10, 2021, 11:06 AM IST

କିଛି ଦିନରୁ ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ଇଜହାର’କୁ ନେଇ ଚର୍ଚ୍ଚା । ଯେଉଁଥିରେ ଶାହରୁଖ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ସୂଚନା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: 'ଦେବଦାସ' ପରେ ପ୍ରଥମ ଥର ପାଇଁ ଶାହରୁଖ ଖାନ ଫେମସ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବାକୁ ନେଇ କିଛି ଦିନରୁ ଚର୍ଚ୍ଚା । ‘ଦେବଦାସ’ ପରଠୁ ଏହି ଯୋଡି ଆଉ ଏକାଠି କାମ କରିନାହାଁନ୍ତି । ଏବେ ବଲିଉଡ ଗ୍ୟାଲେରିରେ ଦୁଇଜଣଙ୍କ ଏକାଠି କାମ କରିବାକୁ ନେଇ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ଇଜହାର’ରେ ଅଭିନୟ କରିବେ ଶାହରୁଖ । ଯାହାକୁ ନେଇ ଖୁସି ଫ୍ୟାନ୍ସ ।

ପ୍ରକାଶିତ ଏକ ଖବର ଅନୁଯାୟୀ ଗତ 4 ବର୍ଷରୁ ସଞ୍ଜୟ ଏହି ରୋମାଣ୍ଟିକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିଆସୁଛନ୍ତି । ସେହିପରି ଏହି ପ୍ରୋଜେକ୍ଟରେ ସେ ଶାହରୁଖଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି । ଏହା ଏକ ଏମିତି ପ୍ରେମ କାହାଣୀ ହେବ ଯେଉଁଥିରେ ଶାହରୁଖ ଜଣେ ଭାରତୀୟ ଯୁବକ ଭୂମିକାରେ ନଜର ଆସିବେ । ଯିଏ ଜଣେ ନରୱେ ଝିଅ ପ୍ରେମରେ ଦିୱାନା ହୋଇଯାଇଥିବେ । ଆଉ ନିଜ ପ୍ରେମକୁ ହାସିଲ କରିବା ପାଇଁ ପ୍ରେମୀକ ସାଇକେଲରେ ନରୱେ ଯାତ୍ରା କରିବେ ।

ଖବର ଅନୁଯାୟୀ ‘ଇଜହାର’ ରିୟଲ୍ ଲଭ୍ ଷ୍ଟୋରୀ ଉପରେ ଆଧାରିତ ହେବ। ହେଲେ ଏଯାବତ ଶାହରୁଖଙ୍କ ତରଫରୁ ଫିଲ୍ମକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.