ETV Bharat / sitara

ବଲିଉଡରେ କୋରୋନା ଝଡ: ଟେଲି ନିର୍ମାତା ଏକତା କପୁର ଓ ଜନ୍ ଆବ୍ରାହମ୍ ପଜିଟିଭ - ekta kapoor corona positive

ବଲିଉଡରେ ପୁଣି କାୟା ମେଲାଇବା ଆରମ୍ଭ କଲାଣି କରୋନା । ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଏବେ କରୋନା ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଟିଭି ଏବଂ ବଲିଉଡ ନିର୍ମାତା ଏକତା କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ ପଜିଟିଭ୍‌

author img

By

Published : Jan 3, 2022, 3:48 PM IST

ମୁମ୍ବାଇ: ବଲିଉଡରେ ପୁଣି କାୟା ମେଲାଇବା ଆରମ୍ଭ କଲାଣି କରୋନା। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଏବେ କରୋନା ସଂକ୍ରମିତ ହେଉଛନ୍ତି। ଟିଭି ଏବଂ ବଲିଉଡ ନିର୍ମାତା ଏକତା କପୁର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତାଙ୍କ ସହିତ ଯୋଗାଯୋଗ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ଏକତା ନିଜେ ଏହି ସୂଚନା ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି ।

ଏକତା କପୁର ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ସମସ୍ତ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୁଁ କରୋନାରେ ସଂକ୍ରମିତ ହୋଇଛି। ମୁଁ ସୁସ୍ଥ ଅଛି ଏବଂ ସେହି ସମସ୍ତ ଲୋକଙ୍କୁ ନିବେଦନ କରୁଛି ଯେଉଁମାନେ ମୋ ସହ ଯୋଗାଯୋଗରେ ଆସିଥିଲେ, ଦୟାକରି ନିଜର ପରୀକ୍ଷା କରାନ୍ତୁ।

ସୂଚନାଯୋଗ୍ୟ ଯେ, ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲଙ୍କ କରୋନା ରିପୋର୍ଟ ଆଜି ପଜିଟିଭ୍‌ ଆସିଛି। ଜନ୍ ଆବ୍ରାହମ୍ ନିଜେ ଏହି ସୂଚନା ଦେଇଛନ୍ତି । ଜନ୍ କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଉଭୟ କରୋନା ଟିକା ନେଇଛନ୍ତି । ଜନ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ହୋମ୍ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ।

ଜନ୍ ଆବ୍ରାହାମ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଆସିଥିଲି, ଯିଏକି ପରେ କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ପ୍ରିୟା ଏବଂ ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଆମେ ଦୁହେଁ ଘରେ କ୍ବାରେଣ୍ଟାଇନରେ ଅଛୁ ଏବଂ କାହା ସହିତ ଯୋଗାଯୋଗ କରିନାହୁଁ। ଉଭୟଙ୍କର ସାମାନ୍ୟ ଲକ୍ଷଣ ମଧ୍ୟ ରହିଛି । ଦୟାକରି ସମସ୍ତେ ଭଲ ଏବଂ ସୁସ୍ଥ ରୁହନ୍ତୁ । ମାସ୍କ ପିନ୍ଧନ୍ତୁ । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.