ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏଯାବତ ଯାଞ୍ଚ କରୁଛି । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲା ।
ନିକଟରେ, ଏନସିବି ବଲିଉଡ ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଥିଲା । ଯାହାପରେ ଏବେ ଏନସିବି ଶୀଘ୍ର ନିର୍ମାତାଙ୍କୁ ସମନ ପଠାଇବାକୁ ପ୍ରସ୍ତୁତ ହେଉଛି ।
ଏହି ସମୟରେ ଏନସିବି ଫିରୋଜଙ୍କ ପତ୍ନୀଙ୍କୁ ପଚରାଉଚରା କରୁଛି ।
ସୂଚନାନୁସାରେ, ଯେତେବେଳେ ଏନସିବି ଫିରୋଜଙ୍କ ଘରେ ପହଞ୍ଚିଥିଲା ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ ।
7 ଏବଂ 8 ନଭେମ୍ବର ରାତିରୁ ଏନସିବି ଅନେକ ଡ୍ରଗ୍ସ ବେପାରୀଙ୍କ ଘରେ ଚଢାଉ କରିଥିଲା । ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ 5 ଡ୍ରଗ୍ସ ବିକ୍ରୟକାରୀଙ୍କୁ ଏନସିବି ଗିରଫ କରିଛି। ଡ୍ରଗ୍ସ ମାମଲାରେ ଧରାଯାଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ନିର୍ମାତାଙ୍କ ନାମ ସାମ୍ମନାକୁ ଆସିଥିଲା ।
ନିର୍ମାତା ଫିରୋଜ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ର ନିର୍ମାଣରେ ସହଯୋଗ କରିଛନ୍ତି। ଏଥିମଧ୍ୟରେ 2006 ଚଳଚ୍ଚିତ୍ର ଫିର ହେରା ଫେରି, ଆୱାରା ପାଗଲ ଦିୱାନା, ଅନ୍: ମ୍ୟାନ ଆଟ ଓ୍ବାର୍କ , ଫୁଲ ଆଣ୍ତ ଫାଇନାଲ୍, ଓ୍ବେଲକମ , କାରସୁତ ଆଦି ଅନ୍ତର୍ଭୁକ୍ତ ।
ଗତ ସପ୍ତାହରେ, ଏନସିବି ଆଗିସିଲାଓସ୍ ଡେମେଟ୍ରିଏଡସ ଙ୍କୁ ଗିରଫ କରିଥିଲା। ଆଗିସିଲାଓସ୍ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ।
ପ୍ରକାଶ ଥାଉ ଯେ, ଏହା ବ୍ୟତୀତ ଧର୍ମା ପ୍ରଡକ୍ସନର ପୂର୍ବତନ କର୍ମଚାରୀ କ୍ଷିତଜ ପ୍ରସାଦଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।