ETV Bharat / sitara

କୋରୋନାରେ ଆଖିବୁଜିଲେ ଡ୍ରିମଗାର୍ଲ ଅଭିନେତ୍ରୀ ରିଙ୍କୁ ସିଂ - dream-girl-fame-actress-rinku

ଅଭିନେତ୍ରୀ ରିଙ୍କୁ ସିଂ ନିକୁମ୍ଭ ଆଉ ନାହାନ୍ତି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

dream-girl-fame-actress-rinku-singh-nikumbh-passed-away
କୋରୋନାରେ ଆଖିବୁଜିଲେ ଡ୍ରିମଗାର୍ଲ ଅଭିନେତ୍ରୀ ରିଙ୍କୁ ସିଂ
author img

By

Published : Jun 4, 2021, 4:52 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ବଲିଉଡରେ ହଇଚଇ ସୃଷ୍ଟି କରିଦେଇଛି । ଏଥିସହିତ ବଲିଉଡ ତାରକା ମଧ୍ୟ ଏହାର ଶିକାର ହେଉଛନ୍ତି । ଏବେ ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି ।

ଅଭିନେତ୍ରୀ ରିଙ୍କୁ ସିଂ ନିକୁମ୍ଭ ଆଉ ନାହାନ୍ତି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅଭିନେତ୍ରୀ କୋରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ରିଙ୍କୁଙ୍କ ଦେହାନ୍ତ ହୋଇଥିବା ତାଙ୍କର ସମ୍ପର୍କୀୟ ଚନ୍ଦା ସିଂହ ନିକୁମ୍ଭ ସୂଚନା ଦେଇଛନ୍ତି ।

ଫିଲ୍ମ ଡ୍ରିମଗାର୍ଲରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ନଜର ଆସିଥିଲେ ରିଙ୍କୁ ।

ପ୍ରକାଶ ଥାଉ ଯେ, ରିଙ୍କୁ ଅନେକ ଟିଭି ସୋ ରେ ମଧ୍ୟ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.