ETV Bharat / sitara

ପୁଣି ପଦ୍ମଶ୍ରୀକୁ ନେଇ ପ୍ରତିକ୍ରିୟା ରଖିଲେ ଅଦନାନ

author img

By

Published : Feb 13, 2020, 3:17 PM IST

କିଛି ଦିନ ହେବ ଲୋକପ୍ରିୟ ଗାୟକ ଅଦନାନ ସାମୀ ପଦ୍ମଶ୍ରୀ ପୁରସ୍କାରକୁ ନେଇ ପ୍ରଶ୍ନ ଘେରରେ । ଲୋକ ତାଙ୍କ ନାଗରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏବେ ପୁଣି ସେ ବିରୋଧ କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି ।

singer adnan sami
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନା ସାମୀ

ମୁମ୍ବାଇ: ନିକଟରେ ଫେମସ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ଘୋଷଣା ପରେ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଅନେକ ଲୋକ ଏହା ବିରୋଧ କରୁଥିବାର ନଜର ଆସୁଛନ୍ତି । କିଛି ଦିନ ପୂର୍ବରୁ ଅଦନାନ ବିରୋଧ କରୁଥିବା ଲୋକଙ୍କୁ କଡା ଜବାବ ଦେଇଥିଲେ । ଏବେ ପୁଣି ସେ ପ୍ରତିକ୍ରିୟା ରଖିଛନ୍ତି।

ତାଙ୍କ ନୂଆ ମ୍ୟୁଜିକାଲ ଭିଡିଓ ‘ତୁ ୟାଦ ଆୟା’ ଲଞ୍ଚିଂ ଇଭେଣ୍ଟରେ କହିଥିଲେ ଯେ ଏହି ସବୁ ଜିନିଷ କେବଳ ରାଜନୀତି । ସେ କୌଣସି ରାଜନେତା ନୁହେଁ । ସେ ଜଣେ ସଙ୍ଗୀତକାର । ଯଦି ଆପଣ କୌଣସି ନେତାଙ୍କୁ ରାଗ୍ ଦରବାରୀ ବିଷୟରେ ପଚାରିବେ ନାହିଁ । ଠିକ୍ ସେମିତି ତାଙ୍କୁ ମଧ୍ୟ ରାଜନୀତି ବିଷୟରେ ପ୍ରଶ୍ନ କରାଯିବା କଥା ନୁହେଁ । ସେ କେବଳ ନିଜକୁ ସଙ୍ଗୀତକାର ଭାବୁଛନ୍ତି । ସେ ସଙ୍ଗୀତ ମଧ୍ୟରେ ପ୍ରେମ ବାଣ୍ଟୁଛନ୍ତି ।

ପ୍ରକାଶ ଥାଉକି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ଘୋଷଣା ପରେ ଅନେକ ଲୋକ କହିଥିଲେ ଯେ ସେ ଜଣେ ପାକିସ୍ତାନୀ ହୋଇଥିବାରୁ ସେ ପଦ୍ମଶ୍ରୀ ପୁରସ୍କାର ହକଦାର ନୁହେଁ । ଖାଲି ଏତିକି ନୁହେଁ ସେ କେବଳ ଚାରି ବର୍ଷ ହେବ ଭାରତୀୟ ନାଗରିକତା ହାସିଲ କରିଛନ୍ତି । ହେଲେ ତାଙ୍କ ପିତା ପାକିସ୍ତାନର ପୂର୍ବତନ ସେନା କର୍ମୀ ଥିଲେ । ଯିଏ 1999ରେ କାରଗିଲ ଯୁଦ୍ଧରେ ଭାରତ ବିରୋଧରେ ଲଢିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.