ETV Bharat / sitara

ବିଗ ବିଙ୍କ ଟ୍ବିଟ ର ଏମିତି କିଛି ଜବାବ ଦେଲେ ନିର୍ମାତା ଅନୁରାଗ

author img

By

Published : Dec 29, 2019, 1:12 AM IST

ପୁଣି ଟ୍ବିଟକୁ ନେଇ ଚର୍ଚ୍ଚାରେ ଅନୁରାଗ କଶ୍ୟପ । ଏଥର ସେ ସିଏଏ ଉପରେ ନୁହେଁ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନଙ୍କ ଉପରେ ଟ୍ବିଟ କରିଛନ୍ତି ।

director anurag kashyap
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ଫେମସ ନିର୍ଦ୍ଦେଶକ ଓ ପ୍ରଯୋଜକ ଅନୁରାଗ କଶ୍ୟପ ବର୍ତ୍ତମାନ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସୁଛନ୍ତି । ସେ ସଂଶୋଧିତ ନାଗରିକତା ଆଇନ ଓ ଏନଆରସି ବିରୋଧରେ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ଗତ ଶୁକ୍ରବାର ରାତିରେ ବିଗ ବି ଅମିତାଭ ବଚ୍ଚନ ନୂଆ ବର୍ଷକୁ ନେଇ ଏକ ଟ୍ବିଟ କରିଥିଲେ । ଯାହା ଉପରେ ଅନୁରାଗ ଏମିତି ଜବାବ ଦେଇଥିଲେ । ଯାହାଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପ୍ରଶଂସକ । ସେ କହିଛନ୍ତି ଅଧିକ ଚିନ୍ତିତ କରିବାର କୌଣସି ଆବଶ୍ୟକ ନାହିଁ । କେବଳ 19-20ର ଏହା ପାର୍ଥକ୍ୟ ନୁହେଁ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

ଅମିତାଙ୍କ ଟ୍ବିଟରେ ଜବାବ ଦେଇ ଅନୁରାଗ ଲେଖିଛନ୍ତି, ‘ଏଥର ପାର୍ଥକ୍ୟ କେବଳ 19-20ର ନୁହେଁ ସାର । ଏଥର ପାର୍ଥକ୍ୟ ବହୁତ ବଡ । ବର୍ତ୍ତମାନ ଆପଣ ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । 90 ଦଶକରେ ଆପଣ ନିଜର ଅସ୍ଥିତ୍ବ ଦେଖାଇ ଦେଇଥିଲେ । ସେହି ସମୟ ଠାରୁ ଏଯାବତ ମୁଁ ମୋ ନିଜ ଭିତରେ ବଚ୍ଚନକୁ ନେଇ ବୁଲୁଛି । ଏଥର ସାମ୍ନାରେ ଗବ୍ବର ହୁଅନ୍ତୁ କିମ୍ବା ଲାଏନ, ନହେଲେ ପୁଣି ଶାକାଲ, ଆମେ ମଧ୍ୟ ଦେଖିବା ।’

ପ୍ରକାଶ ଥାଉକି ଅନୁରାଗ ସେହି ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ଯିଏ ସବୁବେଳେ ସାମାଜିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ବିନ୍ଦାସ ରୂପେ ଦିଅନ୍ତି । ଦେଶରେ ସଂଶୋଧିତ ନାଗରିକତା ଆଇନ ଆସିବା ପରେ ଗତ ତିନି ସପ୍ତାହରୁ ଏହାର ବିରୋଧ ପ୍ରଦର୍ଶନ ହୋଇଆସୁଛି । ଏହି ମାମଲାରେ ଅନୁରାଗ ମଧ୍ୟ ମଝିରେ ମଝିରେ ଟ୍ବିଟ କରି ନିଜ ପକ୍ଷ ରଖୁଥିବାର ନଜର ଆସୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.